ଓଲିଉଡରେ ନାୟିକା ଭାବେ ଆସୁଛନ୍ତି ଏହି ନାମୀ ଅ‌ାଲବମ୍ ଅଭିନେତ୍ରୀ

ଭୁବନେଶ୍ୱର : ରିଲିଜ୍ ଅପେକ୍ଷାରେ ଥିବା ଓଡ଼ିଆ ସିନେମା  ‘ହଣ୍ଡ୍ରେଡ୍‌ ପରସେଣ୍ଟ୍‌ ଲଭ’ରେ ନାୟିକା ଭାବେ ଦର୍ଶକଙ୍କ ସାମ୍ନାକୁ ଆସୁଛନ୍ତି ଜଣାଶୁଣା ଆଲବମ୍ ଅଭିନେତ୍ରୀ ଅଙ୍କିତା ଭୌମିକ। ବହୁ ଆଲବମ୍‌ରେ ଅଭିନୟ କରିଛନ୍ତି ଅଙ୍କିତା। ତା’ଛଡା ତାଙ୍କୁ କେତେକ ସିନେମାରେ ମଧ୍ୟ ଧମାକାଦାର ଗୀତରେ ମଧ୍ୟ ଦେଖିବାକୁ ପାଇଛନ୍ତି ଦର୍ଶକ।

ଅଙ୍କିତା ଏସ୍‌.କେ.ମୁରଲୀଧରନଙ୍କ ନିର୍ଦ୍ଦେଶିତ ‘ଜଷ୍ଟ ମୋହବତ୍‌’ରେ ବି ସଂକ୍ଷିପ୍ତ ଭୂମିକାରେ ନଜର ଆସିଥିଲେ। ‘ଜଷ୍ଟ ମୋହବତ୍‌’ରେ ଅଭିନେତା ଆକାଶଙ୍କ ସହ ହଟ୍ ସିନ୍ ଦେଇ ଖୁବ୍ ଚର୍ଚ୍ଚିତା ହୋଇଥିଲେ ଅଙ୍କିତା ଭୌମିକ। ଏଥିରେ ନାୟିକା ଭୂମିକା ନିଭାଇଥିଲେ ଅ‌ର୍ଚ୍ଚିତା।

‘ହଣ୍ଡ୍ରେସ୍‌ ପରସେଣ୍ଟ୍‌ ଲଭ୍‌’ ହେଉଛି ନାୟିକା ଭାବେ ଅଙ୍କିତା ଭୌମିକଙ୍କର ପ୍ରଥମ ଓଡ଼ିଆ ସିନେମା।

ଏହାର ନିର୍ଦ୍ଦେଶକ ହେଲେ ଲୋକପ୍ରିୟ ଆଲବମ୍‌ ଡାଇରେକ୍ଟର ଲୁବୁନ୍‌ -ଟୁବୁନ୍‌। ଏଥିରେ ତାଙ୍କର ନାୟକଭାବେ ନଜର ଆସିବେ ନବାଗତ ଓମ୍। ‘ଓମ୍‌’ଙ୍କ ଅଭିନୀତ ପ୍ରଥମ ଓଡ଼ିଆ ଛବି ହେଲା ‘ଇଶ୍କଓ୍ଵାଲା ଲଭ୍‌’, ଯାହା ବି ରିଲିଜ୍ ଅପେକ୍ଷାରେ ରହିଛି। ଓମ୍‌ଙ୍କ ସହ ଅଙ୍କିତାଙ୍କ ଯୋଡ଼ି ଜମୁଛି କି ନା ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର