ମୁମ୍ବାଇ: ବଲିଉଡ଼୍ରେ ଏମିତି କେତେକ ନାୟିକା ଅଛନ୍ତି ଯେଉଁମାନେ ଛୋଟ ପରଦାରୁ ବଡ଼ ପରଦାକୁ ଆସିଛନ୍ତି। ଏମାନଙ୍କ ଭିତରୁ ଜଣେ ହେଲେ ସୁରଭିନ୍ ଚାଓ୍ଵଲା । ସେ ‘କହିଁ ତୋ ହୋଗା’ ନାମକ ଏକ ମେଗା ସିରିଏଲ୍ ଜରିଆରେ ଟେଲିଭିଜନ୍ ଜଗତରେ ପ୍ରବେଶ କରି ଥିଲେ।ଏହାପରେ ତାଙ୍କୁ ୨୦୦୮ରେ କ୍ରିକେଟର ଏସ୍ .ଶ୍ରୀଶାନ୍ତଙ୍କ ସହିତ ରିଆଲିଟି ଡ଼୍ୟାନ୍ସ ସୋ’ ‘ଏକ ଖିଲାଡ଼ି ଏକ୍ ହସିନା’ରେ ଦେଖିବାକୁ ମିଳିଥିଲା।୨୦୦୪ରେ ସୁରଭିନ୍ ଲୋକପ୍ରିୟ ମେଗା ଧାରାବାହିକ ‘କସୌଟି ଜିନ୍ଦେଗି କେ’ରେ ବି ନଜର ଆସିଥିଲେ।
ଏହାପରେ ସୁରଭିନ୍ ବଡ଼ ପରଦାକୁ ଆସିଥିଥିଲେ। ସେ ସର୍ବପ୍ରଥମେ ଏକ କନ୍ନଡ଼ ମୁଭି ‘ପରମେଶା ପାନଓ୍ଵାଲା’ରେ ଫିମେଲ୍ ଲିଡ଼୍ରେ ଦେଖିବାକୁ ନଜର ଆସିଥିଲେ । ଏହା ୨୦୧୧ରେ ରିଲିଜ୍ ହୋଇଥିଲା।ଏହା ତାଙ୍କର ବିଗ୍ସ୍କ୍ରିନ୍ ଡ଼େବ୍ୟୁ ଥିଲା। ସେହି ବର୍ଷ ତାଙ୍କର ଏ କ ପଞ୍ଜାବୀ ସିନେମା ‘ଧରତୀ’ମଧ୍ୟ ରିଲିଜ୍ ହୋଇଥିଲା। ତା’ପରେ ସେ ତୌର ମିତ୍ରନ୍ ଦି,ଶାଦି ଲଭ୍ ଷ୍ଟୋରି,ସିଂହ ଭର୍ସେସ୍ କୌର୍ ,ଲକି ଦି ଅନ୍ ଲକି ଷ୍ଟୋରି,ଡ଼ିସ୍କୋ ସିଂହ ଆଦି ପଞ୍ଜାବୀ ଫିଲ୍ମରେ ମଧ୍ୟ ନାୟିକା ଭୂମିକା ନିଭାଇଥିଲେ।
/sambad/media/post_attachments/wp-content/uploads/2018/04/surveen-chawla-759.jpg)
ଏହାପରେ ସୁରଭିନ୍ ବଲିଉଡରେ ଏଣ୍ଟ୍ରି ନେଇଥିଲେ । ହେଲେ ଏଠାରେ ତାଙ୍କୁ ମିଳିଥିଲା ଆଇଟମ୍ ଡ୍ୟାନସ୍। ହଁ ସେ ପ୍ରଥମେ ଜଣେ ଆଇଟମ୍ ଗର୍ଲ ଭାବେ ହିନ୍ଦୀ ସିନେମାରେ ନଜର ଆସିଥିଲେ। ।ସୁରଭିନ୍ ଚାଓ୍ଵଲା ନିର୍ମାତା ବାସୁ ଭଗନାନୀ ଓ ନିର୍ଦ୍ଦେଶକ ସାଜିନ୍ ଖାନ୍ଙ୍କ ଫିଲ୍ମ ‘ହିମ୍ମତ୍ଓ୍ଵାଲା’(୨୦୧୩)ରେ ଏକ ଆଇଟମ୍ ନମ୍ବରରେ ନଜର ଆସିଥିଲେ। ଏହି ନମ୍ବରଟି ହେଲା-‘ଧୋକା ଧୋକା....’। ଏଥିରେ ଅଜୟ ଦେବଗନ୍ ଓ ତମନ୍ନା ମୁଖ୍ୟ ଭୂମିକାରେ ଥିଲେ ।