ଆଇଟମ୍‌ ନମ୍ବର କ’ଣ ବୋଲି ଜାଣି ନଥିଲେ ଓଲିଉଡର ଏହି ଓଡ଼ିଆ ଆଇଟମ୍‌ ଗର୍ଲ!

ଭୁବନେଶ୍ୱର: ଓଡ଼ିଆ ଫିଲ୍ମରେ ଆଇଟମ୍‌ ଗର୍ଲ ଆବଶ୍ୟକ ପଡିଲେ ,ସାଧାରଣତଃ ଓଡିଶା ବାହାରୁ ଡ୍ୟାନ୍‌ସର୍‌ମାନଙ୍କୁ ଅଣାଯାଇଥାଏ,ହେଲେ ଜଣେ ଓଡ଼ିଆ ଝିଅ ଅଣଓଡ଼ିଆ ଆଇଟମ୍‌ ଡ୍ୟାନ୍‌ସର୍‌ମାନଙ୍କୁମାତ୍‌ ଦେଇ ଓଲିଉଡ୍‌ରେ ଚହଳ ପକାଇଥିବା ଆଇଟମ ଗାର୍ଲ ଜଣକ ହେଲେ ଇପ୍‌ସିତା ପଣ୍ଡା । ସେ ଜଣେ ଓ୍ଵଷ୍ଟର୍ଣ୍ଣ ଡ୍ୟାନ୍‌ସର୍‌। ତାଙ୍କର ଗୁରୁ ହେଲେ ରତିକାନ୍ତ ଦାଶ। ବିଭିନ୍ନ ଷ୍ଟେଜ୍‌ ନୃତ୍ୟ ପରିବେଷଣ କରିବାପରେ ଫିଲ୍ମରେ ଆକ୍ଟିଂ କରିବା କଥା ମନକୁ ଆସିଥିଲା। ଠିକ୍‌ ସେହି ସମୟରେ ନିର୍ଦ୍ଦେଶକ ନାରାୟଣ ଘଡ଼େଇ ତାଙ୍କୁ ‘ସନ୍ଦେହୀ ପ୍ରିୟତମା’ ଫିଲ୍ମରେ ଏକ ଗୀତରେ ନାଚିବାକୁ ଅନୁରୋଧ କଲେ। ଯେହେତୁ ସିନେମାରେ କାମ କରିବାର ଇଛା ଥିଲା,ତେଣୁ ରାଜି ହୋଇଗଲେ ଇପସିତା।

‘ସନ୍ଦେହୀ ପ୍ରିୟତମା’ଫିଲ୍ମର ସେହି ଆଇଟମ୍‌ ଗୀତଟି ଥିଲା‘ନିଆଁ ତୁ ନିଆଁ ଲଗାନା…..’। ସେତେବେଳକୁ ଆଇଟମ୍‌ ନମ୍ବର୍‌ ବୋଲି ମୁଁ କିଛି ବୁଝି ନ ଥିଲି ବା ଜାଣି ନଥିଲି। ମୁଁ ଜାଣିଥିଲି,ସିନେମାରେ ମୁହଁ ଦେଖାଇବାକୁ ନାଚ କରିବି ବୋଲି କହନ୍ତି ଇପସିତା। ‘ନିଆଁ ତୁ ନିଆଁ ଲଗାନା….’ଗୀତଟା ହିଟ୍‌ ହେଲା ଆଉ ବୋଧହୁଏ ଡ୍ୟାନ୍‌ସର ଚର୍ଚ୍ଚା ଇଣ୍ଡଷ୍ଟ୍ରିରେ ହେଲା,ଯୋଉଥିପାଇଁ କି ତାଙ୍କ ପାଖକୁ ଲଗାତାର୍‌ ଆଇଟମ୍‌ ଡ୍ୟାନ୍‌ସ ଅଫର୍‌ ଆସିଥିଲା ।ଏହାପରେ ତାଙ୍କୁ ‘ବ୍ୟାଚେଲର୍‌’,‘ଓମ୍‌’,‘ଭଉଁରୀ’,‘ରକ୍‌ଷ୍ଟାର୍‌’,‘ସ୍ମାଇଲ୍‌ ପ୍ଲିଜ୍‌’,ବାଲିଘର ଏବଂ ତୋର ମୋର ପ୍ରେମ କାହାଣୀ ଆଦି ସିନେମାରେ ଆଇଟମ୍‌ ଗର୍ଲ ବନିବାର ସୁଯୋଗ ମିଳିଥିଲା।

ସମ୍ବନ୍ଧିତ ଖବର