ଫୁଡି ଗର୍ଲ ନୋରା

ବି-ଟାଉନ୍‌ର ଆଇଟମ୍ ଗର୍ଲ ନୋରା ଫତେହି ନିଜ ନାଚ ଓ ମୁହଁର ଏକ୍ସପ୍ରେସନ୍‌କୁ ନେଇ ପ୍ରଶଂସକଙ୍କ ହୃଦୟରେ ଅଲଗା ଜାଗା ତିଆରି କରିଛନ୍ତି। ଏହି ଆଇଟମ୍ ଗର୍ଲ ନାଚ ବ୍ୟତୀତ ଅନେକ ଖାଦ୍ୟକୁ ନେଇ ମଧ୍ୟ ସ୍ବତନ୍ତ୍ର ରୁଚି ରଖିଛନ୍ତି। ଏନେଇ ସାମାଜିକ ଗଣମାଧ୍ୟମରେ ନୋରା ଏକ ଭିଡିଓ ପୋଷ୍ଟ୍ କରି ସୂଚନା ଦେଇଛନ୍ତି। ସେ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ୍ କରିଥିବା ଭିଡିଓରେ ନିଜକୁ ଫୁଡି ଗର୍ଲ ବୋଲି କହିଛନ୍ତି। ଭିଡିଓରେ ସେ ନିଜକୁ ଏକ କନ୍ୟା ରୂପରେ ସଜ ହୋଇ ସାଣ୍ଡଵିଚ୍‌ର ମଜା ନେଉଥିବା ଦେଖିବାକୁ ମିଳିଛି। ତେବେ ତାଙ୍କ ସାଣ୍ଡଵିଚ୍ ଖାଇବାର ଦୃଶ୍ୟ କ୍ୟାମେରାରେ କଏଦ୍‌ ହେଉଥିବା ସେ ଜାଣିବା ପରେ ନିଜ ମୁହଁକୁ ଓଢ଼ଣୀରେ ଲୁଚାଉଛନ୍ତି। ତେବେ ଏଭଳି ଚୁଲ୍‌ବୁଲି ଅନ୍ଦାଜକୁ ତାଙ୍କ ପ୍ରଶଂସକମାନେ ପସନ୍ଦ କରିଛନ୍ତି।

ସମ୍ବନ୍ଧିତ ଖବର