ଆଇଟମ୍ ଗର୍ଲ ହେବାକୁ ବି ରୀୟାଙ୍କ ଇଚ୍ଛା!

ଭୁବନଶ୍ବର: ବଲିଉଡରେ ହିରୋଇନମାନେ ଆଇଟମ୍ ଗର୍ଲ ହେବାକୁ ସହଜରେ ରାଜି ହୋଇଯାଆନ୍ତି । ଐଶ୍ୱର୍ଯ୍ୟା ରାୟ, ଶିଳ୍ପା ସେଟ୍ଟି ଙ୍କ ଠୁଁ ଆରମ୍ଭ କରି କାଟ୍ରିନା ଓ କରିନାଙ୍କ ଯାଏଁ ଅଧିକାଂଶ ନାୟିକା ଏହି ଟ୍ରେଣ୍ଡରେ ସାମିଲ୍ ହୋଇଛନ୍ତି । କିନ୍ତୁ ଓଲିଉଡରେ ଏହି ଟ୍ରେଣ୍ଡ୍ ଏଯାଏଁ ଜୋର୍ ଧରିନି ବୋଲି କହିଲେ ଭୁଲ୍ ହେବ ନାହିଁ ।
ଆମର ଓଲିଉଡରେ ଯେଉଁଠି ବର୍ଷା ପ୍ରିୟଦର୍ଶିନୀ ଓ ଅର୍ଚ୍ଚିତାଙ୍କ ଭଳି ଟପ୍ ହିରୋଇନ୍ ଏଯାଏଁ ଅନ୍ୟ କୌଣସି ସିନେମାରେ ଆଇଟମ୍ ନମ୍ବରରେ ନଜର ଆସି ନାହାନ୍ତି । ତଥାପି ଅନୁ ଚୌଧୁରୀ ଓ ନମ୍ରତା ଥାପ୍ପା ଆଇଟମ୍ ଗର୍ଲ ବନିଛନ୍ତି ପରଦାରେ। ଏଥିଲାଗି ଆଗ୍ରହୀ ଅଛନ୍ତି ଓଲିଉଡର ଚୁଲୁବୁଲି ନାୟିକା ରୀୟା ଦେ। ସେ କହିଛନ୍ତି କି ଓଡ଼ିଆ ସିନେମାରେ ଆଇଟମ୍ ଗର୍ଲ ହେବାକୁ ଅଫର ମିଳିଲେ ସେ ନିଶ୍ଚିତ କରିବେ। ଦେଖାଯାଉ କେବେ ତାଙ୍କର ଏହି ଅଭିଳାଷ ପୂରଣ ହେଉଛି।


ସୂଚନାଯୋଗ୍ୟ,ରୀୟା ଦେ ୨୦୧୦ରେ ରିଲିଜ୍ ହୋଇଥିବା ଫିଲ୍ମ ‘ପ୍ରେମ ଅଢ଼େଇ ଅକ୍ଷର’ରୁ କ୍ୟାରିଅର୍ ଆରମ୍ଭ କରିଥିଲେ। ପ୍ରଥମ ସିନେମାରେ ସେ ବାବୁସାନଙ୍କ ନାୟିକା ବନିଥିଲେ। ତା’ପରେ ସେ ଅରିନ୍ଦମ୍, ଅମ୍ଳାନ , ଅଭିଷେକ, ଆକାଶ, ସିଦ୍ଧାନ୍ତ, ନବାଗତ ଅମନ୍ ଓ ମୁନ୍ନାଙ୍କ ବିପକ୍ଷରେ ନାୟିକା ହେବାର ସୁଯୋଗ ପାଇଛନ୍ତି।
ତାଙ୍କର ଗତ ବର୍ଷ କେବଳ ଦୁଇଟି ଓଡ଼ିଆ ସିନେମା ରିଲିଜ୍ ହୋଇଥିଲା। ଏହା ହେଲା ‘ପ୍ରେମ ପାଇଁ ମହାଭାରତ’ ଏବଂ ‘ପ୍ରେମରେ ରଖିଚି ଶହେରୁ ଶହେ’।

ସମ୍ବନ୍ଧିତ ଖବର