କିଏ କେତେ ସମୟ ଫିଲ୍ମରେ ଦେଖାଗଲା କି ସ୍କିନ୍ରେ ରହିଲା, କିଏ କେତେ ସଂଳାପ କହିଲା ଓ କିଏ କେଉଁ ଜୋକ୍ ମାରିଲା ଏସବୁ ନିଜ ସହ-ଅଭିନେତାଙ୍କ ସହ ତୁଳନା କରି ଏକ ଅସ୍ବାସ୍ଥ୍ୟକର ଲଢ଼େଇରେ ସାମିଲ ହେବାକୁ ମୁଁ ଚାହେଁନି। କିଏ କେତେ ସମୟ ଚଳଚ୍ଚିତ୍ରରେ ଦେଖାଗଲା ଏହା ମୁଖ୍ୟ ପ୍ରସଙ୍ଗ ନୁହେଁ କାମ କରିବା ଓ ଲୋକମାନଙ୍କ ମନୋରଞ୍ଜନ କରାଇବା ହେଉଛି ବେଶି ଗୁରୁତ୍ବପୂର୍ଣ୍ଣ। ଗତକାଲି କୁଲି ନମ୍ବର ୱାନ୍ର ଟିଜର ରିଲିଜ୍ ପରେ ଏକ ସାକ୍ଷାତକାରରେ ଯୋଗ ଦେଇ ଏହା କହିଛନ୍ତି ଚୁଲବୁଲି ନାୟିକା ସାରା ଅଲ୍ଲୀ ଖାନ୍।
‘ସିମ୍ବା’ ଚଳଚ୍ଚିତ୍ରରେ ରଣବୀର ସିଂହଙ୍କ ତୁଳନାରେ କମ୍ ସମୟ ଚଳଚ୍ଚିତ୍ରରେ ନଜର ଆସିବା ଓ ‘କୁଲି ନମ୍ବର ୧’ରେ ବରୁନ ଧାୱନଙ୍କ ତୁଳନାରେ ଛୋଟ ଭୂମିକା ପାଇ ଆପଣ କ’ଣ ଅନୁଭବ କରୁଛନ୍ତି ବୋଲି ପ୍ରଶ୍ନର ଉତ୍ତରରେ ସେ ଏହା କହିଛନ୍ତି। ସାରା କହିଛନ୍ତି, ମୁଁ ଚଳଚ୍ଚିତ୍ର ଜଗତରେ ନୂଆ। ଏହି ନୂଆ ଯାତ୍ରା ସମୟରେ ରଣବୀର ସିଂହ ଓ ବରୁନ ଧାୱନଙ୍କ ଭଳି ଅଭିନେତାଙ୍କ ସହ କାମ ପାଇବା ମୋ ପାଇଁ ବଡ଼ କଥା। ଅନ୍ୟପଟେ ସୁଟିଂ ସେଟ୍ରେ ସେମାନେ ମୋତେ କାମ ଶିଖାନ୍ତି ଏଥିସହ ଏତେ ସୁନ୍ଦର ବ୍ୟବହାର କରନ୍ତି ଯେ ସେମାନଙ୍କ ସହ ମୁଁ ନିଜକୁ ତୁଳନା କରିବାର ସାହସ କେବେ କରିନାହିଁ ବୋଲି ସାରା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/sara-ali-khan_1200x900.jpg)