ଆଗାମୀ ୯ ତାରିଖରେ ଜୀ-ସାର୍ଥକରେ ପ୍ରସାରିତ ହେବ ଟେଲିସିନେମା ‘ଶାଶୂ ନୁହେଁ ସେ ସୁନାମୀ ଝଡ଼’। ଏହାର ସଂକ୍ଷିପ୍ତ କଥାବସ୍ତୁ ଏହିପରି- କୋକିଳା ସ୍ବଭାବରେ ଜଣେ କଠୋର ମହିଳା। ତାଙ୍କ ତିନି ପୁଅ ଅଜୟ, ବିଜୟ ଓ ସଞ୍ଜୟ ଏବଂ ତିନି ବୋହୂ ହେଉଛନ୍ତି ଅନୀତା, କବିତା ଓ ସ୍ମିତା। ସଞ୍ଜୟ ଜୀବନର ଏକ ମୋଡ଼ରେ ସ୍ମିତାଙ୍କୁ ଭେଟନ୍ତି ଓ ବିବାହ କରନ୍ତି। ସ୍ମିତା ସ୍ବଭାବରେ ଉତ୍ସାହୀ ଓ ମହତ୍ତ୍ବାକାଂକ୍ଷୀ। ବିବାହ ପରେ କିନ୍ତୁ ଶାଶୂ କୋକିଳାଙ୍କ ସହ ତାଙ୍କର ପଡ଼େନାହିଁ। ଫଳରେ ପରିବାରରେ ଉତ୍ତେଜନା ସୃଷ୍ଟି ହୁଏ। ସମୟ ସହିତ କାହାଣୀ ମୋଡ଼ ବଦଳାଏ ଯେବେ ଜଣେ ସାଧୁ ସ୍ମିତାଙ୍କୁ ନିଜର ଇଚ୍ଛା ପୂରଣ କରୁଥିବା ଏକ ଶକ୍ତି ଦିଅନ୍ତି। ହେଲେ ଏହାର ପ୍ରଭାବ କ’ଣ ହୁଏ? ଏଥିରେ ଶାଶୂଙ୍କର ପରିବର୍ତ୍ତନ ହୁଏ କି?
କାହାଣୀରେ କିଛି ନୂଆ ଘଟିବ କି? ଏମିତି ବହୁ ପ୍ରଶ୍ନର ଉତ୍ତର ସିନେମାର ଶେଷରେ ଦେଖିବାକୁ ମିଳିବ।
‘ଶାଶୂ ନୁହେଁ ସେ ସୁନାମୀ ଝଡ଼’ରେ ମୁଖ୍ୟ ଚରିତ୍ରରେ ନଜର ଆସିବେ ଅଙ୍କିତ କୁମାର ଓ ମିତାଲି ସରଘରିଆ। କ୍ଷୀରୋଦ ପଟ୍ଟନାୟକ ଏହାର ପ୍ରଯୋଜକ ଏବଂ ନିର୍ଦ୍ଦେଶକ ହେଲେ ମନୋଜ ସିହ୍ନା। ପ୍ରିୟବ୍ରତ ପଣ୍ଡା ଓ ମାନସ ମଲ୍ଲିକ ଏହାର ଏହାର ଗୀତଗୁଡ଼ିକୁ ଲେଖିିଥିବା ବେଳେ ସଂଗୀତରେ ସଜାଇଛନ୍ତି ପ୍ରଶାନ୍ତ ପାଢ଼ୀ। ସ୍ବୟଂ ପାଢ଼ୀ, ଅନ୍ତରା ଓ ଅର୍ପିତା ଫିଲ୍ମରେ କଣ୍ଠଦାନ କରିଛନ୍ତି।