‘ମାସ୍କ ଭିତରେ ମୁଁ ମୋ ଚିକ୍‌ଚିକିଆ ଦାନ୍ତ ଖୋଲି ହସୁଛି, ଆପଣମାନେ କେତେ ଭାଗ୍ୟହୀନ ଯେ ତାହାକୁ ଦେଖିପାରୁନାହାନ୍ତି’

ମୁମ୍ବାଇ: ଅନ୍‌ଲକ୍‌-୧ରେ ଅନେକ କିଛି ଖୋଲିଯିବା ପରେ ଏବେ ସେଲିବ୍ରେଟିମାନେ ଧୀରେ ଧୀରେ ବାହାରକୁ ପାଦ କାଢୁଥିବାର ଦେଖିବାକୁ ମିଳୁଛି। ଏହି ଅବସରରେ ନିଜର ଏକ ଫଟୋ ସେୟାର୍‌ କରିଛନ୍ତି ଟେଲିଭିଜନ ଦୁନିଆର ଖୁବ୍ ପରିଚିତ ଚେହେରା ଦିବ୍ୟାଙ୍କା ତ୍ରିପାଠୀ। ଦିବ୍ୟାଙ୍କା ଫଟୋରେ ଫେସ୍‌ମାସ୍କ ପିନ୍ଧିଛନ୍ତି। ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଫଟୋଟିକୁ ସେୟାର କରିବା ସହ ଲେଖିଛନ୍ତି କି ମାସ୍କ ଭିତରେ ସେ ହସୁଛନ୍ତି।

ଦିବ୍ୟାଙ୍କା ଡେଣ୍ଟିଷ୍ଟ୍‌ଙ୍କ ପାଖକୁ ଯାଇଥିଲେ ବୋଲି ତାଙ୍କ ପୋଷ୍ଟ୍‌ରେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି, ‘ମାସ୍କ ଭିତରେ ମୁଁ ମୋ ଚିକ୍‌ଚିକିଆ ଦାନ୍ତ ସହ ହସୁଛି। ଆପଣମାନେ ଏତେ ଭାଗ୍ୟହୀନ ଯେ ଏପରି ଏକ ଚମତ୍କାର ଦୃଶ୍ୟକୁ ଦେଖିପାରୁନାହାନ୍ତି।’ ସେ ତାଙ୍କର ଏହି ପୋଷ୍ଟ୍‌ରେ ଡେଣ୍ଟିଷ୍ଟ୍‌ ଭିଜିଟ୍‌ ଓ କରୋନା ଟାଇମ୍ସ ବୋଲି ମଧ୍ୟ ଟ୍ୟାଗ୍‌ ଦେଇଛନ୍ତି।

 

 

View this post on Instagram

 

See!! I am flashing my pearlies.😁 Unlucky you for missing the spectacular display!😄 #DentistVisit in #CoronaTimes.

A post shared by Divyanka Tripathi Dahiya (@divyankatripathidahiya) on

କେବଳ ଦିବ୍ୟାଙ୍କା କାହିଁକି ପୂର୍ବରୁ ମଧ୍ୟ ଆହୁରି ଅନେକ ସେଲିବ୍ରେଟି ସୁରକ୍ଷା କିଟ୍‌ ସହ ନଜର ଆସିଛନ୍ତି। କିଛି ଦିନ ତଳେ ମଡେଲ୍‌ ମିଲିନ୍ଦ ସୋମନ ପୂରା ପିପିଇ କିଟ୍‌ ପିନ୍ଧି ବାହାରକୁ ଦୌଡ଼ିବାକୁ ଯାଉଥିବାର ଦେଖିବାକୁ ମିଳିଥିଲେ। ସେ ସମୟର ତାଙ୍କର ଦୁଇଟି ଫଟୋ ସୋସିଆଲ୍‌ ମିଡିଆରେ ଖୁବ୍‌ ଜୋର୍‌ ଭାଇରାଲ୍‌ ହୋଇଥିଲା।

ସମ୍ବନ୍ଧିତ ଖବର