ମୁମ୍ବାଇ: ବଲିଉଡ ଅଭିନେତା ସନ୍ନି ଦେଓଲଙ୍କ ଆକ୍ସନ୍ ପ୍ୟାକ୍ ଫିଲ୍ମ 'ଜାଟ୍'ର ଟିଜର ଆଜି ରିଲିଜ୍ ହୋଇଛି। ଫିଲ୍ମକୁ ନେଇ ପୂର୍ବରୁ ଅନେକ ଚର୍ଚ୍ଚା ହୋଇଥିବା ବେଳେ ଟିଜର ରିଲିଜ୍ ହେବା ପରେ ସନ୍ନି ପୁଣି ଥରେ ଦର୍ଶକଙ୍କୁ ଖୁସି କରିବାରେ ସଫଳ ହୋଇଛନ୍ତି। ପ୍ରାୟ ଦେଢ଼ ମିନିଟର ଟିଜରରେ ସନି ଦେଓଲଙ୍କ ଆକ୍ସନ ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ମୈଥ୍ରି ମୁଭି ମେକର୍ସର ଅଫିସିଆଲ୍ ୟୁଟ୍ୟୁବ୍ ହ୍ୟାଣ୍ଡେଲରେ ଫିଲ୍ମର ଟିଜର ପୋଷ୍ଟ କରାଯାଇଛି। ଏହା ହେଉଛି ସମାନ ପ୍ରଡକ୍ସନ୍ ହାଉସ୍ ଯାହା ପୁଷ୍ପା-୨ ଭଳି ବ୍ଲକବଷ୍ଟର ଫିଲ୍ମର ନିର୍ମାଣ କରିଛି। ଟିଜରରେ ସନ୍ନିଙ୍କ ବ୍ୟତୀତ କିଛି ସେକେଣ୍ଡ ପାଇଁ ଅଭିନେତା ରଣଦୀପ ହୁଡ୍ଡା ମଧ୍ୟ ନଜର ଆସିଛନ୍ତି। ଏଥିରେ ସେ ଖଳନାୟକ ଭାବେ ନଜର ଆସିବେ।
ଟିଜରର ଶେଷରେ ନିର୍ମାତା ଜଣାଇଛନ୍ତି ଯେ, ଫିଲ୍ମ ଏପ୍ରିଲ ୨୦୨୫ରେ ରିଲିଜ୍ ହେବ। ଫିଲ୍ମର ଟିଜର ଦେଖି ଏହା ୧୦୦୦କୋଟି ଆୟ କରିବ ବୋଲି ଲୋକେ କମେଣ୍ଟରେ ଲେଖିବା ଆରମ୍ଭ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2024/12/06/M7n8Pq9RwV5e6g1ES8Pj.jpg)