ନୂଆଦିଲ୍ଲୀ : ଅମ୍ବାନି ପରିବାରକୁ ନେଇ ଦେଶରେ ନୁହେଁ ସାରା ଦୁନିଆରେ ଚର୍ଚ୍ଚା, ଯାହାର ଶ୍ରେୟ ଯାଏ ଧୀରୁଭାଇ ଅମ୍ବାନିଙ୍କୁ। ଯିଏକି ଜଣେ ସାଧାରଣ ବୁଲାବିକାଳିରୁ କୋଟି କୋଟି ଟଙ୍କାର ବ୍ୟାବସାୟିକ ସାମ୍ରାଜ୍ୟ ଗଢ଼ିଥିଲେ । ଧୀରୁଭାଇ ମୁମ୍ବାଇରେ ଭେଲପୁରୀ ବିକ୍ରି କରୁଥିଲେ । ସେ ସମୟରେ ଖାଇବାକୁ ଦୁଇ ମୁଠା ମିଳୁ ନଥିବା ବେଳେ ଏବେ ସେ କୋଟି କୋଟି ଟଙ୍କା ମାଲିକ ହେବା କାହାଣୀ ଅନେକଙ୍କୁ ଅନୁପ୍ରାଣିତ କରିଛି । ସେ ସମୟରେ ଜଣେ ବ୍ୟକ୍ତି ଧୀରୁଭାଇଙ୍କୁ ଦେଖି ଭବିଷ୍ୟବାଣୀ କରିଥିଲେ । ଭବିଷ୍ୟତରେ ଧୀରୁଭାଇ ସାରା ଦୁନିଆ ଉପରେ ରାଜ୍ କରିବେ ବୋଲି କହିଥିଲେ। ଧୀରୁଭାଇ ୧୯୭୭ରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଆରମ୍ଭ କରିଥିଲେ, ଯେଉଁଠାରୁ ଆରମ୍ଭ ହୋଇଥିଲା ସଫଳତାର ଜୟଯାତ୍ରା।
/sambad/media/post_attachments/wp-content/uploads/2018/12/download-2-33.jpg)
ସୂଚନା ମୁତାବକ, ଧୀରୁଭାଇଙ୍କୁ ନେଇ ଭବିଷ୍ୟବାଣୀ କରିଥିବା ଜ୍ୟୋତିଷଜଣକ ଥିଲେ କାକୁଲାଲ ଶ୍ରଫ୍ । କାକୁଲାଲ ବଲିଉଡ୍ ଅଭିନେତା ଜ୍ୟାକି ଶ୍ରଫ୍ଙ୍କ ବାପା ଥିଲେ । ଏହାର ଖୁଲାସା ରାଜ୍ୟସଭା ଟିଭିରେ କରି ଅଭିନେତା ଜ୍ୟାକି ଶ୍ରଫ୍,ବାପାଙ୍କ ଜ୍ୟୋତିଷି କାମରେ ହିଁ ଆମ ଘର ଚାଲୁଥିଲା । ସେ ସମୟରେ ଘରର ଆର୍ଥିକ ସ୍ଥିତି ଠିକ୍ ନଥିଲା । ଥରେ ଧୀରୁଭାଇ ଅମ୍ବାନି ନିଜ ପତ୍ନୀଙ୍କ ସହ ମୋ ବାପାଙ୍କ ପାଖକୁ ଆସିଥିଲେ । ଧୀରୁଭାଇଙ୍କୁ ଦେଖିବା ପରେ ମୋ ବାପା,ସେ ବହୁତ ବଡ଼ ବ୍ୟବସାୟୀ ହେବେ ବୋଲି କହିଥିଲେ । ସେ ସମୟରେ ଧୀରୁଭାଇ ଏ କଥା ଶୁଣି ହସିଥିବା ବେଳେ ପରେ ତାହା ସତ ହୋଇଥିଲା ବୋଲି କହିଥିଲେ ଜ୍ୟାକି ।