ସଂଜୟ ଗୁପ୍ତାଙ୍କ ଏହି ସିନେମାରେ ନୂଆ ଭୂମିକାରେ ଆସିବେ ଜ୍ୟାକି ଶ୍ରଫ୍‌

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଜ୍ୟାକି ଶ୍ରଫ ସଲମାନ୍ ଖାନ୍ ଏବଂ କାଟ୍ରିନା କୈଫ୍ ଅଭିନୀତ ସୁପରହିଟ୍‌ ଫିଲ୍ମ ‘ଭାରତ’ରେ ପ୍ରଭାବଶାଳୀ ଅଭିନୟ କରି ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ‘ଭାରତ୍‌’ ରିଲିଜ୍‌ ହେବା ପରେ ଜ୍ୟାକି ଶ୍ରଫ୍‌ଙ୍କ ପାଖକୁ ବେଶ୍‌ କେତୋଟି ନୂଆ ସିନେମାର ଅଫର୍‌ ବି ଆସିଛି। ଏଥି ମଧ୍ୟରୁ ଗୋଟିଏ ହେଲା‘ମୁମ୍ବାଇ ସାଗା’।

‘ମୁମ୍ବାଇ ସାଗା’ରେ ଜ୍ୟାକି ଶ୍ରଫଙ୍କୁ ଏକ ଜବରଦସ୍ତ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ।ଏହି ଫିଲ୍ମରେ ଜ୍ୟାକିଙ୍କ ବ୍ୟତୀତ ସୁନୀଲ ସେଟ୍ଟି,ଜନ୍‌ ଆବ୍ରାହମ୍‌ ଓ ଇମ୍ରାନ୍‌ ହାସମୀ ପ୍ରମୁଖ ବି ଅଛନ୍ତି। ଏହି ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ସଂଜୟ ଗୁପ୍ତା, ଯାହାଙ୍କର ପୂର୍ବ ଫିଲ୍ମ ଥିଲା‘କାବିଲ୍‌’। ରିତିକ ରୋଶନ୍‌ ଓ ୟାମୀ ଗୌତମଙ୍କ ଅଭିନୀତ ଏହି ସିନେମା ସୁପରହିଟ୍‌ ହୋଇଥିଲା।

photo-amarujala

‘ମୁମ୍ବାଇ ସାଗା’ଏକ କ୍ରାଇମ୍‌ ଡ୍ରାମା। ଏହାର ପ୍ରଯୋଜକ ହେଲେ ଭୂଷଣ କୁମାର। ଏହା ସତ୍ୟ ଘଟଣା ଉପରେ ଆଧାରିତ ସିନେମା। ନିର୍ଦ୍ଦେଶକ ସଂଜୟ ଗୁପ୍ତାଙ୍କ ଅନୁଯାୟୀ ଏଥିରେ ଜ୍ୟାକି ଶ୍ରଫ୍‌ଙ୍କୁ ଦର୍ଶକ ଭିନ୍ନ ରୂପରେ ଦେଖିବେ। ଏହି ଫିଲ୍ମର ସୁଟିଂ ଜୁଲାଇରେ ଆରମ୍ଭ ହେଉଛି ଓ ୨୦୨୦ରେ ଏହା ରିଲିଜ୍‌ ହେବ।

ସମ୍ବନ୍ଧିତ ଖବର