ଦିଶା ପାଟନୀଙ୍କ ଫିଲ୍ମ ‘ଏକ ଭିଲେନ୍ ରିଟର୍ନସ୍’ ଖୁବ୍ଶୀଘ୍ର ରିଲିଜ୍ ହେବାକୁ ଯାଉଛି। ଏହି ସମୟରେ ଟାଇଗର ଶ୍ରଫଙ୍କ ସହ ତାଙ୍କର ବ୍ରେକଅପ୍ ଖବର ପ୍ରଶଂସକମାନଙ୍କୁ ନିରାଶ କରିଛି। ଉଭୟେ ଦୀର୍ଘ ଦିନ ଧରି ଏକାଠି ରହି ଆସିଛନ୍ତି। ଟାଇଗରଙ୍କ ପରିବାର ଅପେକ୍ଷା ଦିଶାଙ୍କ ପରିବାର ଏହାକୁ ନେଇ ଅଧିକ ଖୁସି। ପ୍ରଶଂସକମାନେ ସେମାନଙ୍କ ବିବାହକୁ ଅପେକ୍ଷା କରିଥିବାବେଳେ ବ୍ରେକ୍ଅପ୍ ଖବର ସେମାନଙ୍କୁ ନିରାଶ କରିଛି। ତେବେ ଏହି ପ୍ରସଙ୍ଗରେ ଟାଇଗରଙ୍କ ପିତା ଜ୍ୟାକି ଶ୍ରଫଙ୍କ ବିବୃତ୍ତି ପ୍ରଶଂସକଙ୍କୁ ସାନ୍ତ୍ୱନା ଦେଇଛି।
ଜ୍ୟାକିଙ୍କ କହିବାନୁଯାୟୀ, ଉଭୟଙ୍କ ପ୍ରେମ କାହାଣୀ ଭଲ ଚାଲିଛି। ସେମାନେ ସର୍ବଦା ବନ୍ଧୁ ଥିଲେ ଏବଂ ବର୍ତ୍ତମାନ ମଧ୍ୟ ଅଛନ୍ତି। ଦୁହେଁ ଏକାଠି ବାହାରକୁ ଯାଉଥିବାର ଦେଖୁଛି। ତା’ ଅର୍ଥ ନୁହେଁ ଯେ, ମୁଁ ମୋ ପୁଅର ପ୍ରେମ ଜୀବନ ଉପରେ ନଜର ରଖୁଛି। ମୁଁ ସେମାନଙ୍କ ଗୋପନୀୟତାରେ ହସ୍ତକ୍ଷେପ କରିବାକୁ ଚାହୁଁନାହିଁ। କିନ୍ତୁ ଭାବୁଛି ଦୁହେଁ ଘନିଷ୍ଠ ବନ୍ଧୁ। କାମ ବ୍ୟତୀତ ଦୁହେଁ ପରସ୍ପର ସହିତ ସମୟ ବିତାନ୍ତି।
ଟାଇଗର-ଦିଶା ପାଟନୀଙ୍କ ବ୍ରେକ୍ଅପ୍ ରହସ୍ୟ ଖୋଲିଲେ ଜ୍ୟାକି ଶ୍ରଫ
/sambad/media/post_attachments/wp-content/uploads/2022/07/jfshshsf65h4sf65h465hffhfhhf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)