ନୂଆଦିଲ୍ଲୀ: ମୁମ୍ବାଇରେ ହୋଇଥିବା ବର୍ଷା ଏବଂ ସେହି ସମୟ ମଧ୍ୟରେ ପ୍ରାୟ ଲକ୍-ଡାଉନ୍ ପରିସ୍ଥିତି ସୃଷ୍ଟି ହୋଇଥିବା ଘଟଣାକୁ ନେଇ ସମସ୍ତେ ଅବଗତ ଅଛନ୍ତି । ତେବେ ଏଭଳି ପରିସ୍ଥିତି ‌ଲୋକେ ଘରେ ରହିବାକୁ ସୁରକ୍ଷିତ ମାନିଥାଆନ୍ତି। କିନ୍ତୁ ଏଭଳି ପରିସ୍ଥିତିରେ ଯେଉଁମାନେ ବ‌ାହାରେ ରହି କାମ କରୁଥାଆନ୍ତି ସେମାନଙ୍କ କଥା ଖୁବ ଅଳ୍ପ ଲୋକ ଚିନ୍ତା କରିଥାଆନ୍ତି।

Advertisment

ବଲିଉଡର ଅଭିନେତା ଜ୍ୟାକି ଶ୍ରଫ ସୋସିଆଲ ମିଡିଆରେ ଜଣେ ଶ୍ରମିକଙ୍କ ଭିଡିଓ ସେୟାର କରି ନିଜର ପ୍ରତିକ୍ରିୟା ଦେଇଛନ୍ତି।  ଜ୍ୟାକି ଶ୍ରଫ ସେୟାର କରିଥିବା ଭିଡିଓରେ ଉଚ୍ଚ କୋଠା ଉପରେ ଚଢ଼ି ଜଣେ ଶ୍ରମିକ କାମ କରୁଥିବା ଦେଖିବାକୁ ମିଳିଛି । ଭିଡିଓ ସେୟାର୍ କରି ଜ୍ୟାକି କ୍ୟାପସନରେ ଲେଖିଛନ୍ତି, 'ପ୍ରକୃତ କଠିନ ପରିଶ୍ରମ ମୋ ମତରେ ଏହାକୁ ହିଁ କୁହାଯାଏ।'

ଜ୍ୟାକି ଶ୍ରଫଙ୍କ ଦ୍ବାରା ପୋଷ୍ଟ ହୋଇଥିବା ଭିଡିଓରେ ଜଣେ ଶ୍ରମିକ ଝଡ଼ତୋଫାନ ଓ ବର୍ଷାରେ ବି କାମ କରୁଥିବା ଦେଖିବାକୁ ମିଳୁଛି। ଜ୍ୟାକିଙ୍କ ଏହି ପୋଷ୍ଟ ଦେଖିବାପରେ ସୋସିଆଲ ମିଡିଆ ବ୍ୟବହାରକରି ଭାବିବହ୍ବଳ ହୋଇପଡ଼ିଛନ୍ତି। ସେମାନେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ‘ବାସ୍ତବରେ ଖରା ହେଉ କି ବର୍ଷା କି ଶୀତ ଶ୍ରମିକମାନେ ଖୁବ ପରିଶ୍ରମ କରିଥାଆନ୍ତି। ଖରାଦିନେ ଆମେ ଘରେ ଛାତ ତଳେ ଏସି ଦେଇ ଶୋଇଥିବା ବେଳେ ସେମାନେ ନିଜର ‌ପେଟ ଓ ପରିବାର ପାଇଁ ଉଚ୍ଚଉଚ୍ଚ କୋଠା ଉପରେ ଚଢ଼ି କାମ କରିଥାଆନ୍ତି।

ସେହିପରି ଝଡ଼ତୋଫାନ ବର୍ଷା ସମୟ‌ରେ ଆମେ ଘରେ ଭିତରେ ରହିବାକୁ ସୁରକ୍ଷିତ ମଣୁଥିବା ବେଳେ ସେମାନେ ବାହାରେ ଥାଇ କାମ କରୁଥାଆନ୍ତି। କା‌ରଣ ସେମାନେ ଖଟିଲେ ତାଙ୍କ ଘରେ ଚୁଲି ଜଳିବ। ନଚେତ ଶ୍ରମିକ ପରିବାରକୁ ଭୋକଉପବାସରେ ଶୋଇବାକୁ ହେବ।’