କପିଲ୍ ଶର୍ମାଙ୍କ ସୋ’ରେ ସେଲେବ୍ରିଟିମାନେ ପରସ୍ପରର ରାଜ ଖୋଲୁଥିବା ଦେଖିବାକୁ ମିଳେ। ଏହି ଅବସରରେ ଜ୍ୟାକି ଶ୍ରଫଙ୍କ ସମ୍ପର୍କରେ ଅଭିନେତ୍ରୀ ପଦ୍ମିନୀ କୋହ୍ଲାପୁରୀ ଏକ ଅନାଲୋଚ୍ୟ କଥାର ଉନ୍ମୋଚନ କରିଛନ୍ତି। ଆସନ୍ତା ଏପିସୋଡ୍ରେ କପିଲ୍ ଶର୍ମା ସୋ’ରେ ପଦ୍ମିନୀ ଓ ପୁନମ ଧିଲୋନ୍ ଦେଖିବାକୁ ମିଳିବେ। ସୋନି ଟିଭି ଅଫିସିଆଲ୍ ଟ୍ବିଟରରେ ଏକ ପ୍ରମୋ ଭିଡିଓ ଛାଡ଼ିଛନ୍ତି। ସେଥିରେ କପିଲ୍ ଶର୍ମା ପଦ୍ମିନୀଙ୍କୁ ପଚାରୁଛନ୍ତି, କେଉଁ ହିରୋ ତୁମକୁ ସବୁଠୁ ବେଶି ଫ୍ଲର୍ଟ କରୁଥିଲେ। ଏହାର ଉତ୍ତରରେ ପଦ୍ମିନୀ ଜ୍ୟାକି ଶ୍ରଫଙ୍କ ନାଁ ନେଇଛନ୍ତି। ସେ କହିଛନ୍ତି ଜ୍ୟାକି ସମସ୍ତଙ୍କ ସହ ଫ୍ଲର୍ଟ କରୁଥିଲେ। ଏହା ପରେ ଜ୍ୟାକି ଶ୍ରଫଙ୍କ ବେଶରେ କ୍ରିଷ୍ଣା ପ୍ରବେଶ କରୁଥିବା ଦେଖିବାକୁ ମିଳୁଛି।
ଜ୍ୟାକି ଶ୍ରଫ ଫ୍ଲର୍ଟ କରୁଥିଲେ: ପଦ୍ମିନୀ କୋହ୍ଲାପୁରୀ
/sambad/media/post_attachments/wp-content/uploads/2020/10/Padmini-Kplhapure.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)