ଜ୍ୟାକଲିନଙ୍କୁ ମହାଠକ ସୁକେଶର ଆଉ ଏକ ଚିଠି: ଜନ୍ମଦିନରେ ସୁପର ସର୍‌ପ୍ରାଇଜ୍‌ ଦେବ

ନୂଆଦିଲ୍ଲୀ: ଦିଲ୍ଲୀର ମାଣ୍ଡୋଲି ଜେଲ୍‌ରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ନିକଟକୁ ଆଉ ଏକ ଚିଠି ଲେଖିଛି। ନିକଟରେ ଫିଲ୍ମଫେୟାର ଆୱାର୍ଡ ଉତ୍ସବରେ ଜ୍ୟାକଲିନଙ୍କ ପ୍ରଦର୍ଶନକୁ ସେ ଢେର୍‌ ପ୍ରଶଂସା କରିଛି। ଏଥିସହିତ ଆସନ୍ତା ଅଗଷ୍ଟ ୧୧ ତାରିଖରେ ଜ୍ୟାକଲିନଙ୍କୁ ଜନ୍ମଦିନରେ ସୁପର ସର୍‌ପ୍ରାଇଜ ଦେବେ ବୋଲି ଉଲ୍ଲେଖ କରିଛନ୍ତି।

ଏକାଧିକ ଠକେଇ ମାମଲାରେ ଦିଲ୍ଲୀର ଜେଲ୍‌ରେ ଥିବା ଚନ୍ଦ୍ରଶେଖର ତାଙ୍କ ଆଇନଜୀବୀ ଅନନ୍ତ ମଲିକଙ୍କ ଜରିଆରେ ଏହି ଚିଠି ଗତ ଗୁରୁବାର ଜାରି କରିଛନ୍ତି। ଏଥିରେ ସେ ଜ୍ୟାକଲିନଙ୍କ ପ୍ରତି ତାଙ୍କର ଗଭୀର ଭଲପାଇବା ଏବଂ ତାଙ୍କର ଅନୁପସ୍ଥିତି ସେ କେତେମାତ୍ରାରେ ଅନୁଭବ କରୁଛନ୍ତି ତାହା ଲେଖିଛନ୍ତି।


ଏହା ପୂର୍ବରୁ ଗତମାସରେ ଚନ୍ଦ୍ରଶେଖର ଜ୍ୟାକଲିନଙ୍କୁ ଏକ ଚିଠି ଲେଖି ଇଷ୍ଟରର ଶୁଭେଚ୍ଛା ଜଣାଇଥିଲା। ତାଙ୍କ ସହିତ ଏହି ଉତ୍ସବ ପାଳନ ନକରି ପାରିବାର ଅଭାବ ସେ ଅନୁଭବ କରୁଛି। ଏପରିକି ତାଙ୍କ ଭଳି ସୁନ୍ଦରୀ ସାରା ପୃଥିବୀରେ ଆଉ କେହି ନାହାନ୍ତି ବୋଲି ଚନ୍ଦ୍ରଶେଖର ଲେଖିଥିଲା। ଏଥିସହିତ ସେହି ଚିଠିରେ ଲକ୍ସି କୋଜି ବ୍ରାଣ୍ଡ୍‌ ପାଇଁ ଜ୍ୟାକଲିନଙ୍କ ଟେଲିଭିଜନ ବିଜ୍ଞାପନ ସଂପର୍କରେ ସେ ଉଲ୍ଲେଖ କରିଛି। ଦିଲ୍ଲୀ କୋର୍ଟରେ ଚନ୍ଦ୍ରଶେଖରଙ୍କ ବିରୋଧରେ ଇଡି ଦାଖଲ କରିଥିବା ଅତିରିକ୍ତ ଅଭିଯୋଗଫର୍ଦ୍ଦରେ ଜ୍ୟାକଲିନଙ୍କ ନାମ ରହିଛି।

ସମ୍ବନ୍ଧିତ ଖବର