ଜାକଲିନ ରହୁଥିବା ବିଲ୍ଡିଂରେ ଲାଗିଲା ନିଆଁ, ବର୍ଷେ ପୂର୍ବେ କିଣିଥିଲେ ଘର !

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜାକଲିନ ଫର୍ଣ୍ଠାଡିଜ୍ ରହୁଥିବା ବିଲ୍ଡିଂରେ ଲାଗିଲା ନିଆଁ। ବର୍ଷେ ପୂର୍ବେ ଘର କିଣିଥିଲେ ଅଭିନେତ୍ରୀ । ଗତକାଲି ମୁମ୍ବାଇର ବାନ୍ଦ୍ରା ୱେଷ୍ଟର ପାଲି ହିଲ ଅଞ୍ଚଳରେ ଥିବା ନବରୋଜ ହିଲ ସୋସାଇଟିରେ ଅଗ୍ନିକାଣ୍ଡ ଘଟିଥିଲା। ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ମଧ୍ୟ ଏହି ବିଲଡିଂରେ ଘର କିଣିଥିଲେ ବୋଲି ଜଣାପଡ଼ିଛି। ତେବେ ଏହି ଘଟଣାରେ କେହି ଆହତ ହୋଇଥିବା ଖବର ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ।

ମିଳିଥିବା ସୂଚନା ଅନୁସାରେ, ବିଲ୍ଡିଂର ୧୩ ମହଲାରେ ଥିବା ଏକ ରୋଷେଇ ଘରେ ନିଆଁ ଲାଗିଯାଇଥିଲା। ରାତି ପ୍ରାୟ ୮ଟାରେ ନିଆଁ ଲାଗିଥିବା ବେଳେ ନିଆଁଟି ୧୪ମହଲା ପର୍ଯ୍ୟନ୍ତ ସୀମିତ ଥିଲା ବୋଲି କୁହାଯାଉଛି। ଏହି ବିଲଡିଂରେ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ୫ବିଏଚକେ ଆପାର୍ଟମେଣ୍ଟ ଥିବା ବେଳେ ଅଗ୍ନିକାଣ୍ଡ ପାଇଁ ସେ କିଣିଥିବା ଘରର କୌଣସି କ୍ଷତି ହୋଇଛି କି ନାହିଁ ତାହା ଜଣାପଡ଼ିନାହିଁ।

ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ପେସାଦାର ଜୀବନ ବିଷୟରେ କହିବାକୁ ଗଲେ ଏବେ ସେ ତାଙ୍କ ହଲିଉଡ ଡେବ୍ୟୁ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହି ଚଳଚ୍ଚିତ୍ରରେ ସେ ଆକ୍ସନ୍ ଆଇକନ୍ ଜିନ୍-କ୍ଲାଉଡ ଭାନ୍ ଡ୍ୟାମଙ୍କ ସହିତ ସ୍କ୍ରିନ୍ ସେୟାର୍ କରୁଥିବାର ଦେଖିବାକୁ ମିଳିବ। ନିକଟରେ ଅଭିନେତ୍ରୀ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅଭିନେତାଙ୍କ ସହ ଏକ ଫଟୋ ସେୟାର କରିଥିଲେ। ଏହା ବ୍ୟତୀତ ସେ ଇଟାଲୀର ଆକ୍ସନ୍ ଷ୍ଟାରଙ୍କ ସହ ଏହି ପ୍ରୋଜେକ୍ଟର ସୁଟିଂ ଶେଷ କରିଥିବା ମଧ୍ୟ ନିଶ୍ଚିତ କରିଥିଲେ।

ସମ୍ବନ୍ଧିତ ଖବର