‘ଏକ୍‌ ଦୋ ତିନ୍‌…’ଗୀତରେ ମାଧୁରୀଙ୍କ ସ୍ଥାନରେ ନଜର ଆସିବେ ଜାକଲିନ

ନୂଆଦିଲ୍ଲୀ : ‘କିକ୍‌’ ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଣ୍ଡେଜ୍‌ ମାଧୁରୀଙ୍କ ଅଭିନୀତ ‘ତେଜାବ୍‌’ର ପ୍ରସିଦ୍ଧ ଗୀତ ‘ଏକ ଦୋ ତିନ…’ ର ରିମେକରେ ନଜର ଆସିବା ପାଇଁ ଯାଉଛନ୍ତି । ଏହି ଗୀତଟି ‘ବାଗୀ-୨’ ଚଳଚ୍ଚିତ୍ରରେ ରହିଥିବା ବେଳେ ଏଥିରେ ହଟ ଅନ୍ଦାଜରେ ଆସୁଛନ୍ତି ଜାକଲିନ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଗୀତର କେବଳ ଏକ ଫଟୋ ଏବଂ ଟିଜର ରିଲିଜ ହୋଇଛି । ତେବେ ‘ତେଜାବ’ ଚଳଚ୍ଚିତ୍ରର ‘ଏକ ଦୋ ତିନ’ ଗୀତରେ ମାଧୁରୀଙ୍କ ଦମଦାର ନୃତ୍ୟ ଏବଂ ଝଟକା ନାଚକୁ ବଡ଼ପରଦାରେ ଜାକଲିନ୍‌ କିପରି ଚିତ୍ରଣ କରିବେ ତାହା ଦେଖିବାକୁ ଦର୍ଶକ କରିବସିଛନ୍ତି ।

ଶ୍ରୀଲଙ୍କା ସୁନ୍ଦରୀ ଜାକଲିନ ଏହି ମଧ୍ୟରେ ବଲିଉଡରେ ଅନେକ ନାମୀଦାମୀ କଳାକାରଙ୍କ ସହ ଅଭିନୟ କରିବା ସହ ବହୁ ସୁପରହିଟ ଚଳଚ୍ଚିତ୍ରରେ ନଜର ଆସିସାରିଲେଣି । ‘ଏକ ଦୋ ତିନ’ ଗୀତ ଟିଜରରେ ବହୁତ ଆର୍କଷକ ଦିଶୁଛନ୍ତି ଜାକଲିନ । ତେବେ ଏହି ଗୀତଟି ‘ବାଗି-୨’ ଚଳଚ୍ଚିତ୍ରରେ ରହିଥିବା ବେଳେ ଏହାକୁ କୋରିଓଗ୍ରାଫ କରିଛନ୍ତି ଅହମ୍ମଦ ଖାନ ଏବଂ ଗଣେଶ ଆଚାର୍ଯ୍ୟ । ‘ବାଗୀ-୨’ ଚଳଚ୍ଚିତ୍ରଟି ୩୦ ମାର୍ଚ୍ଚରେ ରିଲିଜ ହେବାକୁ ଥିବା ବେଳେ ଏଥିରେ ମୁଖ୍ୟ କଳାକାର ଭାବେ ନଜର ଆସିବା ପାଇଁ ଯାଉଛନ୍ତି ଟାଇଗର ଶ୍ରଫ୍‌ ଏବଂ ଦିଶା ପଟାନୀ ।

ସମ୍ବନ୍ଧିତ ଖବର