ନୂଆଦିଲ୍ଲୀ: ଦିଲ୍ଲୀର ବାୟୁ ପ୍ରଦୂଷଣକୁ ନେଇ ଚିନ୍ତା ପ୍ରକଟ କଲେ ବଲିଉଡ୍ ଅଭିନେତ୍ରୀ ଜାକ୍ଲିନ୍ ଫର୍ଣ୍ଣାଣ୍ଡିଜ୍। ଜାକ୍ଲିନ୍ ନିଜ ମୁହଁରେ ଏକ ମାସ୍କ ପିନ୍ଧିଛନ୍ତି। ମାସ୍କ ପିନ୍ଧି କାର୍ ଭିତରେ ବସି ଏକ ଫଟୋ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି। ଜାକ୍ଲିନ୍ ମାତ୍ର ଗୋଟାଏ ଦିନ ପାଇଁ ଦିଲ୍ଳୀ ଯାଇଛନ୍ତି ଓ ଦିଲ୍ଲୀର ଅବସ୍ଥା ଦେଖି ସେ ନିଜର ବ୍ୟସ୍ତତା ପ୍ରକାଶ କରିଛନ୍ତି।
ଜାକ୍ଲିନ୍ ପ୍ରଥମ ନୁହଁନ୍ତି। ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଫିଲ୍ମ ‘ଦ ହ୍ବାଇଟ୍ ଟାଇଗର୍’ ସୁୁଟିଂ ସମୟରେ ଦିିଲ୍ଲୀ ଯାଇ ଅନୁରୂପ ଫଟୋ ସେୟାର୍ କରିଥିଲେ।
ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟ ଶୁକ୍ରବାର କହିଛନ୍ତି ଯେ ଦିଲ୍ଲୀର ପ୍ରଦୂଷଣ ଦିନକୁ ଦିନ ବଢ଼ି ବଢ଼ି ଯାଉଛି। ଏହା ବ୍ୟତୀତ ଦିଲ୍ଲୀ, ହରିଆଣା, ଉତ୍ତରପ୍ରଦେଶର ମୁଖ୍ୟ ସଚିବଙ୍କୁ ଡକାଇ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ କ’ଣ ସବୁ ପଦକ୍ଷେପ ଗ୍ରହଣ କରାଯାଇଛି ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଦିଲ୍ଲୀର ବାୟୁ ପ୍ରଦୂଷଣ ପାଇଁ ସ୍ଥାନୀୟ ଲୋକ ହିଁ ବିଶେଷ ରୂପେ ଦାୟୀ ବୋଲି ଅଦାଲତ କହିଛନ୍ତି।