ନୂଆଦିଲ୍ଲୀ: ୨୦୦ କୋଟି ଟଙ୍କା ଠକେଇ ଘଟଣାରେ କୋନ୍ମ୍ୟାନ୍ ସୁକେଶ ଚନ୍ଦ୍ରଶେଖରଙ୍କ ସହ ସମ୍ପୃକ୍ତି ଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେବା ନିମନ୍ତେ ପାଇଥିବା ସମନ୍କୁ ବଲିଉଡ୍ ଅଭିନେତ୍ରୀ ଜାକ୍ଲିନ୍ ଫର୍ଣ୍ଣାଣ୍ଡିଜ୍ ଆଜି ଚତୁର୍ଥ ଥର ଏଡ଼ାଇ ଦେଇଛନ୍ତି।
ଗତ ଶୁକ୍ରବାର ଓ ଶନିବାର ଦିନ ମଧ୍ୟ ସେ ‘ଇଡି’ର ପଚରାଉଚରା ଏଡ଼ାଇ ଦେଇଥିଲେ।
କେତେକ ବୃତ୍ତିଗତ ଦାୟବଦ୍ଧତା କାରଣରୁ ତଦନ୍ତରେ ଯୋଗ ଦେବାକୁ ଅସମର୍ଥା ବୋଲି ସେ ତଦନ୍ତକାରୀମାନଙ୍କୁ ସୂଚନା ଦେଇଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି।
ଦିଲ୍ଲୀସ୍ଥିତ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ରେ ଆଜି ହାଜର ହେବାକୁ ତାଙ୍କୁ ନିର୍ଦେଶ ଦିଆଯାଇଥିଲା।
Image Courtesy of Free Press Journalଆସନ୍ତା ମାସ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ପଚରା ଉଚରା ସ୍ଥଗିତ ରଖିବା ଲାଗି ସେ ‘ଇଡି’ ଅଧିକାରୀମାନଙ୍କୁ ଗତକାଲି ଅନୁରୋଧ କରିଥିଲେ। କିନ୍ତୁ, ଅଧିକାରୀମାନେ ଯଥାଶୀଘ୍ର ସମ୍ଭବ ତାଙ୍କୁ ପଚରା ଉଚରା କରିବାକୁ ଚାହାଁନ୍ତି।
କେତେକ ବ୍ୟକ୍ତିଗତ ଅନିବାର୍ଯ୍ୟ ପରିସ୍ଥିତି ଯୋଗୁଁ ସେ ହାଜର ହୋଇ ପାରୁନାହାନ୍ତି ବୋଲି ଶୁକ୍ରବାର ଦିନ ସେ ‘ଇଡି’ ଅଧିକାରୀମାନଙ୍କୁ କହିଥିଲେ।
ପୂର୍ବରୁ ଅଗଷ୍ଟ ଏବଂ ସେପ୍ଟେମ୍ବର ମାସରେ ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଜାକ୍ୟୁଲିନ୍ଙ୍କ ବୟାନ ରେକର୍ଡ କରିଥିଲା। ଏହି ମାମଲାରେ ସୁକେଶ ଚନ୍ଦ୍ରଶେଖର, ତାଙ୍କ ପତ୍ନୀ ଲୀନା ଏବଂ ଅନ୍ୟ ୬ଜଣ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ହାଜତରେ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/Jacquline-Asked-From-ED_Thumbnail.jpg)