ମିଛ କହି ବିଦେଶ ଯିବାକୁ ଚେଷ୍ଟା କରୁଥିଲେ ଜାକଲିନ୍, ଇଡି କଲା ପର୍ଦ୍ଦାଫାସ

ନୂଆଦିଲ୍ଲୀ: ଦିନକୁ ଦିନ ବିବାଦରେ ଛନ୍ଦି ହେବାରେ ଲାଗିଛନ୍ତି ବଲିଉଡ ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଣ୍ଡିଜ। ୨୦୦କୋଟିର ଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ତାଙ୍କର ସଂପର୍କକୁ ନେଇ ଅନେଇ ଆଲୋଚନା ହେବା ପରେ ଏବେ ତାଙ୍କର ବିଦେଶ ଗସ୍ତ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ପ୍ରତିବନ୍ଧକ ଲାଗିବା ପରେ ଜାକଲିନ  ଅନେକ ଥର ବିଦେଶ ଯିବାକୁ ଚେଷ୍ଟା କରି ବି ଯାଇପାରିନାହାନ୍ତି। ଅନେକ ଥର ଆବେଦନ କରିବା ପରେ ବି ଆବେଦନକୁ ଖାରଜ କରାଯାଉଥିବାରୁ ଜାକଲିନ ମିଛ କହି ବିଦେଶ ଯିବାକୁ ଉଦ୍ୟମ କରୁଥିବା ସାମ୍ନାକୁ ଆସିଛି।

ଜାକଲିନ୍ କୋର୍ଟକୁ ମିଛ କାରଣ ଦେଇ ବିଦେଶ ଯିବାକୁ ଚେଷ୍ଟା କରୁଥିବା ସାମ୍ନାକୁ ଆସିଛି। ସୂଚନା ମୁତାବକ, ବିଦେଶ ଯିବା ପାଇଁ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଦାଖଲ କରିଥିବା ଆବେଦନରେ ନେପାଳ ଯିବା ପାଇଁ ଆବେଦନ କରିଥିଲେ ଜାକଲିନ। ଦବଙ୍ଗ ଟୁର ପାଇଁ ସେ ନେପାଳ ଯାଉଥିବା ଆବେଦନରେ ଲେଖିଥିଲେ। ହେଲେ ଇଡି ଜାକଲିନଙ୍କ ଆବେଦନର ଯାଞ୍ଚ କରିବା ପରେ ପ୍ରକୃତ କାରଣ ଜଣାପଡ଼ିଥିଲା। ଯାଞ୍ଚ ପରେ ସାମ୍ନାକୁ ଆସିଥିଲା ଯେ, ଦବଙ୍ଗ ଟୁରରେ ଜାକଲିନ ସାମିଲ ନୁହନ୍ତି। ଇଡି ସବୁ ସତ ଜାଣିବା ପରେ ଏବେ ଜାକଲିନ କୋର୍ଟରେ କରିଥିବା ଆବେଦନକୁ ପ୍ରତ୍ୟାହାର କରି ନେଇଛନ୍ତି।

Bollywood Hungama

ଗତବର୍ଷ ଜେରା ବେଳେ ସୁକେଶ ଜାକଲିନଙ୍କ ସହ ପ୍ରେମ ସଂପର୍କରେ ଥିବା ସ୍ବୀକାର କରିଥିଲେ। ଏହା ପରେ ବିବାଦରେ ଛନ୍ଦି ହୋଇଥିଲେ ଜାକଲିନ୍। ଜେରା କରିବା ସମୟରେ ସୁକେଶ ଜାକଲିନଙ୍କୁ ୧୦ କୋଟି ଟଙ୍କାର ଉପହାର ଦେଇଥିବା କହିଥିଲା । ଏହାସହ ଜାକଲିନଙ୍କୁ ଦାମୀ ହୀରା ଅଳଙ୍କାର, ୩୬ ଲକ୍ଷ ଟଙ୍କାର ୪ଟି ପର୍ସିଆନ୍ ବିଲେଇ, ୫୨ ଲକ୍ଷ ଟଙ୍କାର ଏକ ଘୋଡା ଦେଇଥିବା କହିଥିଲା ସୁକେଶ।

ସମ୍ବନ୍ଧିତ ଖବର