ଭୁବନେଶ୍ୱର : ଏମ୍.ସି. ପ୍ରଡକସନ୍ର ପଞ୍ଚମ ଓଡ଼ିଆ ସିନେମା ‘ଜଗନ୍ନାଥ ଧାମ ପୁରୀ’ ଖୁବ୍ ଶୀଘ୍ର ମୁକ୍ତିଲାଭ କରିବ। ଏହି ସାମାଜିକ କଥାବସ୍ତୁ ସମ୍ବଳିତ ଓଡ଼ିଆ ଛବିର କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଛନ୍ତି ନାରାୟଣ ଘଡେଇ। ସେ ଏହାର ପ୍ରଯୋଜକ ମଧ୍ୟ। ଏହି ସିନେମାର ସଂଳାପ ଲେଖିଛନ୍ତି ସତ୍ୟ ପ୍ରକାଶ।
‘ଜଗନ୍ନାଥ ଧାମ’ରେ ନାୟକ ଭୂମିକାରେ ଦେବଦତ୍ତ ସାହୁ ଥିବା ବେଳେ ନାୟିକା ଚରିତ୍ର ନିଭାଇଛନ୍ତି ରିତିକା ରଥ। ଏହି ସିନେମାର ଅନ୍ୟ ପ୍ରମୁଖ କଳାକାରମାନେ ହେଲେ ବିଜୟ ମହାନ୍ତି, ଦେବୀ ବାରିକ, ଦେବୁ ବ୍ରହ୍ମା, କୁମୁଦ ତ୍ରିପାଠୀ, ପ୍ରିୟ ସୁନ୍ଦର ମିଶ୍ର, ଥିନ୍, ସରୋଜିନୀ, ଗୋପାଳ ଶର୍ମା, ପ୍ରଣତି, ମାମା, ଜ୍ୟୋତି, ନୀତୁ, ହିମାଂଶୁ, ଏସ୍.କେ. ପଟ୍ଟନାୟକ, ଜୁଲି, ନୀରଦ ପରିଡା, ଚନ୍ଦ୍ରଶେଖର ଜେନା, ମହେଶ୍ୱର, ରିଣ୍ଟୁ, ଗୋପାଳ, ପୁନମ, ଟୁବୁ ଏବଂ ପି ଆଦ୍ ମିନି ପ୍ରମୁଖ।
‘ଜଗନ୍ନାଥ ଧାମ’ରେ ବିଦ୍ୟୁତ୍ ରୟ ଓ ହିମାଂଶୁ ଶେଖର ମହାନ୍ତି ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଗୀତ ରଚନା କରିଛନ୍ତି ସଚ୍ଚି ମହାନ୍ତି ଓ ସମିତ୍। ଏଥିରେ କଣ୍ଠଦାନ କରିଛନ୍ତି କୁମାର ବାପି, ଗୌତମ ଗିରି, ଅନୁ ସିଂହ, ଅଭିପ୍ସା, ସୌରଭ ଏବଂ ଏସ୍.କେ ପଟ୍ଟନାୟକ। ଇତିମଧ୍ୟରେ ଏହାର ସେନସର କାମ ଶେଷ ହୋଇଥିବାର ଖବର ମିଳିଛି।‘ଜଗନ୍ନାଥ ଧାମ ପୁରୀ’ କୁ ୟୁ ସାର୍ଟିଫିକେଟ୍ ମିଳିଥିବା ଜଣାଯାଇଛି।