ମୁମ୍ବାଇ:‘କଲଙ୍କ’ର ସୁଟିଂ ଶେଷ ହେବା ପରେ ନିର୍ମାତା କରଣ ଜୋହର ଆଉ ଏକ ଭିନ୍ନ ଧରଣର ଫିଲ୍ମ ‘ତଖ୍ତ’ ଦର୍ଶକଙ୍କୁ ଉପହାର ଦେବାକୁ ଯାଉଛନ୍ତି। ୯ ଅଗଷ୍ଟ, ଗୁରୁବାର ରେ କରଣ ତାଙ୍କର ଏହି ନୂଆ ଫିଲ୍ମର ପ୍ରସ୍ତୁତିକୁ ନେଇ ଘୋଷଣା କରିଛନ୍ତି। ଏଥିସହିତ ନିର୍ମାତା କରଣ ଜୋହର୍ ଏହି ଫିଲ୍ମର ଦୁଇଟି ପୋଷ୍ଟର ସାଂଗକୁ ଏହାର ସଂପୂର୍ଣ୍ଣ ଟିମ୍ର ନାମକୁ ମଧ୍ୟ ଖୁଲାସା କରିଛନ୍ତି। ଏଥିରେ ରଣବୀର ସିଂହ,କରୀନା କପୁର ଖାନ୍, ଆଲିଆ ଭଟ୍ଟ,ବିକି କୌଶଲ,ଜାହ୍ନବୀ କପୁର ଏବଂ ଅନିଲ୍ କପୁର ମୁଖ୍ୟ ଭୂମିକାରେ ଅଭିନୟ କରିବେ।
ଆପଣଙ୍କ ସୂଚନା ପାଇଁ ଜଣାଉଛୁ କି,ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀଙ୍କର ଏହା ହେଉଛି ଦ୍ୱିତୀୟ ଫିଲ୍ମ, ଯାହାକି ନିର୍ମାତା କରଣ ଜୋହର ପ୍ରଡ୍ୟୁସ୍ କରୁଛନ୍ତି। ତେବେ ଏହି ଫିଲ୍ମର ପୋଷ୍ଟରକୁ ରିଲିଜ୍ କରିବା ପରେ ନିର୍ମାତା କରଣ ତାଙ୍କର ସୋସିଆଲ୍ ମିଡ଼ିଆ ଆକାଉଣ୍ଟରେ ‘ଇତିହାସ ସହିତ ଜଡ଼ିତ ଏହା ଏକ ଅବିଶ୍ୱସନୀୟ କାହାଣୀ’ ବୋଲି ଉଲ୍ଲେଖ କରିଛନ୍ତି।

ସୂତ୍ର ଅନୁସାରେ ସିଂହାସନ ଲାଗି ଏକ ଯୁଦ୍ଧ…,ଏକ ପରିବାରର କାହାଣୀ,ମହତ୍ୱକାଂକ୍ଷାର,ଲୋଭର,ବିଶ୍ୱାସଘାତକାର,ପ୍ରେମର ଏବଂ ଉତ୍ତରାଧିକାରୀର … କାହାଣୀକୁ ନେଇ ଆଧାରିତ ସିନେମା‘ତଖ୍ତ’ ଯୁଦ୍ଧ ଏବଂ ପ୍ରେମ ସଂପର୍କ’କୁ ନେଇ ନିର୍ମିତ। ଏଥିରେ ଅଭିନେତ୍ରୀ ଜାହ୍ନବୀ କପୁର ଅଲଗା ଏକ ଅବତାରରେ ନଜର ଆସିବେ । ଆଉ ଯଦି ଖବରକୁ ବିଶ୍ୱାସ କରାଯାଏ ତ,ତେବେ ଏହି ଫିଲ୍ମରେ ଅଭିନେତ୍ରୀ ଜାହ୍ନବୀ କପୁର ତାଙ୍କ ଠାରୁ ବୟସରେ ୯ ବର୍ଷ ବଡ଼ ଅଭିନେତା ବିକି କୌଶଲ୍ଙ୍କ ପତ୍ନୀ ଭୂମିକାରେ ନଜର ଆସିବେ।