ସ୍କୁଲରେ ଜାହ୍ନବୀଙ୍କୁ ତାଙ୍କ ସାଙ୍ଗମାନେ ମାନସିକ ରୋଗୀ ବୋଲି ଭାବୁଥିଲେ?ଜାଣନ୍ତୁ କାହିଁକି

ମୁମ୍ବାଇ : ଆସନ୍ତା ଜୁଲାଇ ୨୦ରେ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ଧଡ଼କ’ । ଏଥିରେ ମୁଖ୍ୟ ଭୂମିକାରେ ଜାହ୍ନବୀ କପୁର ଏବଂ ଇଶାନ ଖଟ୍ଟର ନଜର ଆସୁଥିବା ବେଳେ ଏହାର ଗୀତ ଏବେ ସମସ୍ତଙ୍କ ମନ ଛୁଇଁଛିା ଫିଲ୍ମର ଟ୍ରେଲର ରିଲିଜ୍‌ ପରେ ସମସ୍ତଙ୍କ ମନରେ ଫିଲ୍ମକୁ ନେଇ ଉତ୍ସୁକତା ବଢ଼ିବାରେ ଲାଗିଛି । ଫିଲ୍ମଟି ତାମିଲ ଫିଲ୍ମ ‘ସୌରାତ୍‌’ର ରିମେକ୍‌ ହୋଇଥିବା ବେଳେ ନିର୍ଦ୍ଦେଶକ ଏହାକୁ କେତେ ଭଲ ଭାବରେ ଚିତ୍ରଣ କରିଛନ୍ତି ତାହା ଦେଖିବା ପାଇଁ ଦର୍ଶକମାନେ ଅନାଇ ବସିଛନ୍ତି । ତେବେ କିଛି ଦିନ ହେବ ଫିଲ୍ମର ପ୍ରମୋସନରେ ନିଜ ବିଷୟରେ କିଛି ଜଣା ଅଜଣା କଥା କହି ଚର୍ଚ୍ଚାରେ ଅଛନ୍ତି ଜାହ୍ନବୀ କପୁର । ଏବେ ପୁଣି ଥରେ ସେ ନିଜକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି ।

Mazale

ସ୍କୁଲରେ ତାଙ୍କ ସାଙ୍ଗମାନେ ତାଙ୍କୁ କିଭଳି ମାନସିକ ରୋଗୀ ବୋଲି ଭାବୁଥିଲେ ତାହା ଜାହ୍ନବୀ ବର୍ଣ୍ଣନା କରିଛନ୍ତି। ସେ କହନ୍ତି, ‘ସବୁ ବେଳେ ମୁଁ ସମସ୍ତଙ୍କୁ ଅଜବ କାହାଣୀ ଶୁଣାଉଥିବାରୁ ମୋର ସାଙ୍ଗମାନେ ମୋତେ ସିଜୋଫ୍ରେନିଆ ରୋଗ ହୋଇଛି ବୋଲି ଭାବିବାକୁ ଲାଗିଥିଲେ । ମୁଁ ସବୁ ବେଳେ ମୋ ସାଙ୍ଗମାନଙ୍କୁ ଫୋନ କରି ମୁଁ ଜଣେ ସିକ୍ରେଟ୍‌ ଏଜେଣ୍ଟ ଏବଂ ସ୍କୁଲରେ ଜଣଙ୍କ ବିଷୟରେ ମୁଁ ଯାଞ୍ଚ କରୁଛି ବୋଲି କହୁଥିଲି । ସେମାନେ ଏ କଥାକୁ ବିଶ୍ୱାସ ମଧ୍ୟ କରି ନେଇଥିଲେ । ଥରେ ସକିରା ମୋତେ ବେଲି ଡ଼୍ୟାନ୍ସ ଶିଖାଇବା ପାଇଁ ମୁମ୍ବାଇ ଆସିଛନ୍ତି ବୋଲି ମୁଁ ମୋ ସାଙ୍ଗମାନଙ୍କୁ କହିଥିଲି । ଏହା ପରେ ସେମାନଙ୍କ ମା’ ଆମ ଘରକୁ ଫୋନ କରି ସକିରାଙ୍କ ହାଲଚାଲ ପଚାରିବା ସହ ମୋତେ ତାଙ୍କ ଘରକୁ ଡ଼ାକିଥିଲୋ କିନ୍ତୁ ପରେ ସବୁ ସତ ଜଣା ପଡ଼ିଥିଲା । ଯାହା ପରେ ସେମାନେ ମୋତେ ମାନସିକ ରୋଗୀ ବୋଲି ଭାବିବାକୁ ଲାଗିଥିଲା।’

ସମ୍ବନ୍ଧିତ ଖବର