ମାଆଙ୍କ ମୃତ୍ୟୁ ଉପରେ ଜାହ୍ନବୀଙ୍କ ଚାଞ୍ଚଲ୍ୟକର ବୟାନ!

ମୁମ୍ବାଇ : ଜଣାଶୁଣା ନିର୍ମାତା ବୋନି କପୁର ଓ ଦିଂବଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ କନ୍ୟା ଜାହ୍ନବୀ କପୁର ଆଜିକାଲି ଖୁବ୍‌ ପ୍ରଶଂସା ସାଉଁଟୁଛନ୍ତି। ହଁ ସେ ନିଜର ଡେବ୍ୟୁ ଫିଲ୍ମ‘ଧଡକ୍‌’ରେ ପ୍ରଭାବଶାଳୀ ଅଭିନୟ କରି ଚର୍ଚ୍ଚିତା ହୋଇଛନ୍ତି। ଶଶାଙ୍କ ଖୈତାନ୍‌ଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଇଶାନ୍‌ ଖଟ୍ଟରଙ୍କ ବିପକ୍ଷରେ ନଜର ଆସିଛନ୍ତି ଜାହ୍ନବୀ କପୁର। ଏହା ମରାଠୀ ସିନେମା ‘ସୈରାଟ୍‌’ର ରିମେକ୍‌। ନିକଟରେ ଜାହ୍ନବୀ କପୁର ମାଆ ଶ୍ରୀଦେବୀଙ୍କ ମୃତ୍ୟୁ ପରେ ତାଙ୍କର ଜୀବନ କିପରି ଥିଲା,ସେ ସଂପର୍କରେ ଖୁଲାସା କରିଛନ୍ତି। ଜାହ୍ନବୀ କହିଛନ୍ତି ଯେ, ମାଆଙ୍କ ଅନ୍ତିମ ସଂସ୍କାରର ପରଦିନ ହିଁ ‘ଧଡକ୍‌’ର ସୁଟିଂ ଆରମ୍ଭ ହେବାର ଥିଲା।

NTD India

ଜାହ୍ନବୀ ‘ଧଡକ୍‌’ର ସୁଟିଂ ସେଟ୍‌କୁ ଯିବା ଲାଗି ନିଜ ଆଡୁ ମାନସିକ ପ୍ରସ୍ତୁତି କରିସାରିଥିଲେ।ସେ କେବେ ବି ଭାବିନଥିଲେ ଏମିତି ଏକ ଅଘଟଣ ଘଟିବ ଓ ସେ ସୁଟିଂସେଟ୍‌କୁ ଯାଇପାରିବେ ନାହିଁ। ଶ୍ରୀଦେବୀଙ୍କ ମୃତ୍ୟୁରେ ପ୍ରଯୋଜନା ସଂସ୍ଥା‘ଧଡକ୍‌’ର ସୁଟିଂକୁ ଘୁଞ୍ଚାଇ ଦେଲେ।
ଜାହ୍ନବୀ କିନ୍ତୁ ଚାହୁଁଥିଲେ ସୁଟିଂ ସେଟ୍‌କୁ ଯିବା ପାଇଁ। ସେ କହିଛନ୍ତି ଯେ ଯଦି ତାଙ୍କ ଜୀବନରେ ‘ଧଡକ୍‌’ସିନେମା ଆସି ନ ଥାନ୍ତା,କି ତାଙ୍କୁ ଅଭିନୟର ସୁଯୋଗ ମିଳି ନ ଥାନ୍ତା,ତେବେ ଜୀବନ ଦୁଃସହ ହୋଇଯାଆନ୍ତା। ମାଆଙ୍କ ମୃତ୍ୟୁଜନିତ ଧକ୍‌କାରୁ ତାଙ୍କୁ ଅନେକାଂଶରେ ‘ଧଡକ୍‌’ଫିଲ୍ମ ଉପଶମ କରିଥିଲା ବୋଲି ଜାହ୍ନବୀ କହିଛନ୍ତି।

ସମ୍ବନ୍ଧିତ ଖବର