ନୂଆ ରୂପରେ ଜାହ୍ନବୀ-ଖୁସି

ଜାହ୍ନବୀ ଓ ଖୁସି ଏକାଠି ହୋଇ ଉଭୟଙ୍କର କିଛି ସୁନ୍ଦର ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି। ପ୍ରଶଂସକମାନେ ମଧ୍ୟ ଜାହ୍ନବୀ ଓ ଖୁସିଙ୍କୁ ବଧେଇ ଜଣାଇଛନ୍ତି। ଧର୍ମା ପ୍ରଡକ୍‌ସନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅପୂର୍ବା ମେହେଟା ତାଙ୍କର ୫୦ତମ ଜନ୍ମଦିନ ପାଳନ କରିଥିଲେ। ଏହି ଉତ୍ସବରେ ଉପସ୍ଥାପନା କରିଥିଲେ ପ୍ରଯୋଜକ-ନିର୍ଦ୍ଦେଶକ କରନ ଜୋହର। ଉତ୍ସବରେ ଶାହରୁଖଙ୍କ ସହଧର୍ମିଣୀ ଗୌରୀ ଖାନ୍, ଅଜୟ ଦେବଗନଙ୍କ ଧର୍ମପତ୍ନୀ କାଜଲ, ବବି ଦେଓଲ, କ୍ୟାଟ୍ରିନା କୈଫ୍ ଓ ତାଙ୍କ ସ୍ବାମୀ ଭିକ୍କି କୌଶଲ, ଅଭିନେତ୍ରୀ ତାରା ସୂତାରିଆ, ରାକୁଲ୍ ପ୍ରୀତ ସିଂହ, ଅନନ୍ୟା ପାଣ୍ଡେ ଏବଂ ଆହୁରି ଅନେକ ବଲିଉଡ୍ କଳାକାର ଯୋଗ ଦେଇଥିଲେ। ଉତ୍ସବର ସବୁଠୁ ମୁଖ୍ୟ ଆକର୍ଷଣ ଥିଲେ ବୋନି କପୁର-ଶ୍ରୀଦେବୀ ତନୟା ଜାହ୍ନବୀ। ରୁପା ରଙ୍ଗର ଗାଉନ୍ ପରିହିତ ହେଇ ଜାହ୍ନବୀ ଯେତେବେଳେ ଉତ୍ସବରେ ପହଞ୍ଚିଲେ, ଉପସ୍ଥିତ ଅତିଥି ଅଭ୍ୟାଗତ ଚକିତ ହୋଇଯାଇଥିଲେ। ଭଉଣୀ ଖୁସି କପୁର ବି ତାଙ୍କ ସହିତ ଆସିଥିଲେ।

ଭଉଣୀ ଜାହ୍ନବୀଙ୍କୁ ଟପିଯାଇଥିଲା ଖୁସିଙ୍କ ପୋଷାକ, କାରଣ ‌ଗୌର ଚେହେରାକୁ ସେ ପରିହିତ ହୋଇଥିଲେ କଳା ରଙ୍ଗର ଗାଉନ୍। ଏହି ପୋଷାକ ଦୁଇ ଭଉଣୀଙ୍କ ପାଇଁ ପ୍ରସ୍ତୁତ କରିଥିଲେ ବଲିଉଡ୍‌ର ନାମକରା ଡିଜାଇନର୍‌ ମନୀଷ ମଲହୋତ୍ରା। ସମସ୍ତଙ୍କ ସାମ୍ନାରେ ଦୁଇ ଭଉଣୀ ଜାହ୍ନବୀ ଓ ଖୁସି ଯେଭଳି ଭାବେ ପରସ୍ପରକୁ ଚୁମ୍ବନ ଦେଇଥିଲେ ତାହା ମଧ୍ୟ ଅନ୍ୟମାନଙ୍କୁ ତାଜୁବ କରିଥିଲା। ଜାହ୍ନବୀଙ୍କ ଶେଷ ଚଳଚ୍ଚିତ୍ର ଥିଲା ତାମିଲ ସିନେମା ‘କୋଲାମାଭୁ କୋକିଲା’ର ହିନ୍ଦୀ ରିମେକ୍ ‘ଗୁଡ୍ ଲକ୍ ଜେରି’। ଆଗକୁ ହଲିଉଡ୍ ଫିଲ୍ମ ‘ହେଲେନ୍’ର ରିମେକ ‘ମିଲି’ ଏବଂ ରାଜକୁମାର ରାଓଙ୍କ ବିପକ୍ଷର ନାୟିକା ସାଜିଥିବା ଚଳଚ୍ଚିତ୍ର ‘ମିଷ୍ଟର୍‌ ଆଣ୍ଡ୍ ମିସେସ୍ ମାହି’ରେ ଜାହ୍ନବୀ ଦେଖାଦେବେ।

ସମ୍ବନ୍ଧିତ ଖବର