ଜାହ୍ନବୀଙ୍କ ଯନ୍ତ୍ରଣା

ସଫଳ ମାଲୟାଲମ୍ ଚଳଚ୍ଚିତ୍ର ‘ହେଲେନ’କୁ ନେଇ ହିନ୍ଦୀ ଭାଷାରେ ରିମେକ୍ କରାଯାଉଛି। ବଲିଉଡ୍‌ର ଉଦୀୟମାନ ଅଭିନେତ୍ରୀ ତଥା ଶ୍ରୀଦେବୀ ତନୟା ଜାହ୍ନବୀ ହେଲେନ୍ ଭୂମିକାରେ ଅବତୀର୍ଣ୍ଣ ହେବେ। ତେବେ ସୁଟିଂ ପାଇଁ ସଜବାଜ ହେଇ ବସିଥିବା ଜାହ୍ନବୀ ୟୁନିଟ୍ ପକ୍ଷରୁ ସୁଟିଂ ସିଡ୍ୟୁଲ୍‌ରେ ପରିବର୍ତ୍ତନ ଅଣାଯାଇଥିବାରୁ ମାନସିକ ଭାବେ ଆଘାତ ପାଇଛନ୍ତି।

ସେ କହିଛନ୍ତି, ‘ମୁଁ ଜଣେ ପରିଶ୍ରମୀ ଓ ଶୃଙ୍ଖଳିତ କଳାକାର। ଯଦି ମୋ କଥା-କାମରେ ଦୃଢ଼ତା ଓ ଦକ୍ଷତା ନ ଥାନ୍ତା, ତେ‌େବ ଏତେ କମ୍ ସମୟ ଭିତରେ ଇଣ୍ଡଷ୍ଟ୍ରିରେ ପ୍ରବେଶ କରି ‘ଧଡକ୍’ ‘ଘୋଷ୍ଟ ଷ୍ଟୋରିଜ୍’, ‘ଅଙ୍ଗ୍ରେଜି ମିଡିଅମ୍’, ‘ଗୁଞ୍ଜନ ସକ୍ସେନା: ଦ କାର୍ଗିଲ ଗାର୍ଲ’, ‘ରୁହି’ ଭଳି ଚଳଚ୍ଚିତ୍ରରେ ଅଭିନୟ କରି ମୁଁ ଦର୍ଶକାଦୃତି ପାଇ ନ ଥାନ୍ତି। କେବଳ ଚୁଲୁବୁଲି କି ସିରିୟସ୍ ଭୂମିକା ନୁହେଁ, ମୁଁ ମଧ୍ୟ ‘ଅଙ୍ଗ୍ରେଜି ମିଡିଅମ୍’ ଚଳଚ୍ଚିତ୍ରର ‘କୁଡି ନୁ ନାଚନେ ଦେ’ ଭଳି ଆଇଟମ୍ ଗୀତରେ ଅଭିନୟ କରି ନିଜ ଦକ୍ଷତା ପ୍ରଦର୍ଶନ କରିଛି। ଆଗକୁ ଆଉ ଚାରିଟି ସିନେମାରେ ମୋତେ ନାୟିକା ଭାବେ ମନୋନୀତ କରାଯାଇଛି।’ ସେସବୁ ଭିତରେ ରହିଛି ‘ଦୋସ୍ତାନା-୨’, ‘ଗୁଡ୍ ଲକ୍ ଜେରି’, ‘ତଖ୍‍ତ’ ଓ ‘ମିଲି’। ‘ହେଲେନ୍’ ରିମେକ୍‍ର ନିର୍ଦ୍ଦେଶନା ଦେଉଥିବା ନିର୍ଦ୍ଦେଶକ ମାଥୁକୁଟ୍ଟି ଜାଭିୟରଙ୍କୁ ମଧ୍ୟ ଜାହ୍ନବୀ ଅଫର ପାଇବା ପରେ ଅଶେଷ କୃତଜ୍ଞତା ଜଣେଇଛନ୍ତିି। ହେଲେ ‘ହେଲେନ୍’ ପାଇଁ ଯେ ତାଙ୍କୁ ଏତେ ସମୟ ଅପେକ୍ଷା କରିବାକୁ ପଡ଼ିବ, ତାହା ଜାଣି ନ ଥିଲେ।

ସମ୍ବନ୍ଧିତ ଖବର