ସଞ୍ଜୟ ଲୀଲା ଭଂସାଲୀଙ୍କ ସିନେମାରେ ଜାହ୍ନବୀ କପୁର

ମୁମ୍ବାଇ: ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀ ତାଙ୍କର ବିବାଦୀୟ ସିନେମା ‘ପଦ୍ମାବତ୍‌’ପରେ ଏବେ ଏକ ହାଲକା-ଫୁଲକା ସିନେମା ତିଆରି କରିବେ ବୋଲି କୁହାଯାଉଛି। ଏଥିରେ ସେ ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀ ଓ ପ୍ରଯୋଜକ ବୋନି କପୁରଙ୍କ କନ୍ୟା ଜାହ୍ନବୀ କପୁରଙ୍କୁ ନାୟିକା ଭୂମିକାରେ ନେବେ ବୋଲି ଚର୍ଚ୍ଚା ହେଉଛି। ନିକଟରେ ଜାହ୍ନବୀ କପୁରଙ୍କୁ ସଞ୍ଜୟ ଲୀଲା ଭଂସାଲୀଙ୍କର ଅଫିସରୁ ବାହାରୁଥିବାର ଦେଖିବାକୁ ମିଳିଥିଲା। ସେ ଖୁବ୍‌ ଖୁସି ବି ଜଣା ଯାଉଥିଲେ। ସେଥିରୁ ଅନୁମାନ କରାଯାଉଛି କି ସେ ସଂଜୟଙ୍କ ସହ ଏକ ସିନେମାରେ କାମ କରିବେ। ତେବେ ଏହି ଫିଲ୍ମର ରୂପରେଖ ସଂପର୍କ ସଂପୂର୍ଣ୍ଣ ତଥ୍ୟ ହାସଲ ହୋଇ ନାହିଁ।

photo-news18

ତେଣେ ବଲିଉଡ଼୍‍ରେ ଚର୍ଚ୍ଚା ଚାଲିଥିଲା ଯେ,ପ୍ରଖ୍ୟାତ ଅଭିନେତ୍ରୀ ଶ୍ରୀଦେବୀ ଓ ପ୍ରଯୋଜକ ବୋନି କପୁରଙ୍କ କନ୍ୟା ଜାହ୍ନବୀ କପୁର ‘ସିମ୍ବା’ରେ ରଣବୀରଙ୍କ ସାଥ୍‌ ପାଇ ପାରନ୍ତି। କୁହାଯାଉଥିଲା ଯେ, ନିର୍ମାତା କରଣ ଜୋହର ଏହି ଫିଲ୍ମ ପାଇଁ ଜାହ୍ନବୀଙ୍କୁ ଆପ୍ରୋଚ୍‌ କରିଥିଲେ। ସେ ଜୀବିତ ଥିବା ବେଳେ ଶ୍ରୀଦେବୀଙ୍କ ସହିତ ମଧ୍ୟ ଏ ବିଷୟରେ କଥା ହୋଇଥିଲେ । କରଣ ଶ୍ରୀଦେବୀଙ୍କୁ ପରାମର୍ଶ ଦେଇଥିଲେ ଯେ, ସଂପ୍ରତି ଯେଉଁ ୟଙ୍ଗ୍‌ଷ୍ଟାର୍‌ ମାନଙ୍କର ଜବରଦସ୍ତ କ୍ରେଜ୍‌ ଅଛି,ସେମାନଙ୍କ ଭିତରୁ ରଣବୀର ସିଂହ ଜଣେ। ଏଣୁ ତାଙ୍କ ସହ ଜାହ୍ନବୀ ଦ୍ୱିତୀୟ ସିନେମା କରିଲେ ତାହା ତାଙ୍କ କ୍ୟାରିଅର୍‌ ପାଇଁ ନିଶ୍ଚିତ ଭାବେ ଲାଭଦାୟକ ହେବ। ତା’ଛଡ଼ା ହିଟ୍‌ ଡ଼ିରେକ୍ଟର ରୋହିତ ସେଟ୍ଟି ଏହାର ନିର୍ଦ୍ଦେଶନା ଦେଉଥିବା ହେତୁ ‘ସିମ୍ବା’ହିଟ୍‌ ହେବାର ସମ୍ଭାବନା ଅଧିକ। କିନ୍ତୁ ଏହି ସିନେମାର ନାୟିକାଭାବେ ସୈଫ୍‌ ଅଲ୍ଲୀ ଖାନଙ୍କ କନ୍ୟା ଚୁକ୍ତବଦ୍ଧ ହେଲେ। ଏହାପରେ ଜାହ୍ନବୀ ନୂଆ ସିନେମା ଖୋଜିବା ଆରମ୍ଭ କରିଛନ୍ତି।

photo-amarujala

 

ଏଠାରେ ସୂଚନାଯୋଗ୍ୟ ଯେ ଜାହ୍ନବୀ କପୁର କରଣ ଜୋହରଙ୍କ ପ୍ରଯୋଜିତ ଫିଲ୍ମ‘ଧଡ଼କ୍‌’ରୁ ବଲିଉଡ଼୍‍ରେ କ୍ୟାରିଅର୍‌ ଆରମ୍ଭ କରିଛନ୍ତି। ଏଥିରେ ଶାହିଦ୍‌ କପୁରଙ୍କ ସାନଭାଇ ଇଶାନ୍‌ ଖଟ୍ଟର ଅଛନ୍ତି ମେଲ୍‌ ଲିଡ଼୍‍ରେ।ଏହି ଫିଲ୍ମ ହେଉଛି ସୁପରହିଟ୍‌ ମରାଠୀ ସିନେମା ‘ସୈରାଟ୍‌’ର ରିମେକ୍‌। ଜାହ୍ନବୀ ନିର୍ମାତା-ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ନୂଆ ଫିଲ୍ମ ସାଇନ୍‌ କରିଲେ,ତାହା ତାଙ୍କର ଦ୍ୱିତୀୟ ସିନେମା ହେବ।

ସମ୍ବନ୍ଧିତ ଖବର