ସବ୍ୟସାଚୀ ମହାପାତ୍ରଙ୍କ ‘ଜୟ ଜଗନ୍ନାଥ’ ଏଦୃଷ୍ଟିରୁ ଭିନ୍ନ , ଜାଣନ୍ତୁ କାହିଁକି

ଭୁବନେଶ୍ୱର: ମହାବାହୁ ଜଗନ୍ନାଥଙ୍କ ଉପରେ କେତୋଟି ଓଡ଼ିଆ ଚଳଚ୍ଚିତ୍ର ନିର୍ମିତ ହୋଇଛି। ହେଲେ ସେଥିମଧ୍ୟରୁ କେବଳ ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ‘ଜୟ ଜଗନ୍ନାଥ’ ହେଉଛି ଏକମାତ୍ର ସିନେମା, ଯାହା ଉଭୟ ଓଡ଼ିଆ ଓ ହିନ୍ଦୀ ଭାଷାରେ ନିର୍ମିତ ହୋଇଥିଲା। ଖାଲି ସେତିକି ନୁହେଁ ଏହା ୧୫ଟି ଭିନ୍ନ ଭିନ୍ନ ଭାଷାରେ ଡବ୍‌ ହୋଇ ମଧ୍ୟ ରିଲିଜ୍‌ ହୋଇଥିଲା।

 

‘ଜୟ ଜଗନ୍ନାଥ’ରେ ଜଗନ୍ନାଥ ଭୂମିକାରେ ଶ୍ରୀତମ ଦାସ, ବଳଭଦ୍ର ଭୂମିକାରେ ପିଣ୍ଟୁ ନନ୍ଦ ଏବଂ ଲକ୍ଷ୍ମୀଙ୍କ ଭୂମିକାରେ ଅଭିନୟ କରିଥିଲେ ଜଣାଶୁଣା ନାୟିକା ଜ୍ୟୋତି ମିଶ୍ର। ଏଥିରେ ଅନ୍ୟାନ୍ୟ ଭୂମିକାରେ ନଜର ଆସିଥିଲେ ଦେବାଶିଷ ପାତ୍ର , ହର ପଟ୍ଟନାୟକ, ଶରତ ପୂଜାରୀ,ସାଧୁ ମେହେର ଏବଂ ପ୍ରଦ୍ୟୁମ୍ନ ଲେଙ୍କା ପ୍ରମୁଖ ଅଭିନୟ କରିଥିଲେ।ଏହି ସିନେମାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଓଡ଼ିଆ ସଙ୍ଗୀତ ଜଗତର ବାଦଶାହା ଅକ୍ଷୟ ମହାନ୍ତି।


ଶ୍ରୀତମ ଦାସ ଏବଂ ଜ୍ୟୋତି ମିଶ୍ର ସ୍ୱୀକାର କରନ୍ତି ଯେ ‘ଜୟ ଜଗନ୍ନାଥ’ ହେଉଛି ତାଙ୍କ କ୍ୟାରିଅରର ସବୁଠାରୁ ଭଲ ସିନେମା।

ସମ୍ବନ୍ଧିତ ଖବର