ଏକଦା ମ୍ୟୁଜିକ୍ ଆଲ୍ବମ୍ ‘ଜାଇଫୁଲ’ ଜରିଆରେ ଓଡ଼ିଶାର ଘରେ ଘରେ ପରିଚିତି ହାସଲ କରିଥିବା ଅଭିନେତ୍ରୀ ଲିପି ପରବର୍ତ୍ତୀ ସମୟରେ ଆଲ୍ବମ୍ କୁଇନ୍ ଆଖ୍ୟା ପାଇଥିଲେ। ଏହି ଗୀତରେ ଲିପିଙ୍କ ନାୟକ ସାଜିଥିବା ଅଭିନେତା ପୁପିନ୍ଦରଙ୍କୁ ମଧ୍ୟ ଦର୍ଶକ ପ୍ରଶଂସା ଅଜାଡ଼ି ଦେଇଥିଲେ। ଫଳରେ ଲିପି-ପୁପିନ୍ଦର ଯୋଡ଼ି ବେଶ୍ ଲୋକପ୍ରିୟ ହୋଇଥିଲା।
ଏଇ ଯୋଡ଼ି ଦର୍ଶକଙ୍କ ନିକଟକୁ ପୁଣି ଫେରୁଛନ୍ତି। ଜୀ ସାର୍ଥକ ଓ ଆଦିଲକ୍ଷ୍ମୀ ଏଣ୍ଟର୍ଟେନ୍ମେଣ୍ଟ୍ ବ୍ୟାନର୍ରେ ପ୍ରସ୍ତୁତ ‘ଚ୍ୟାଲେଞ୍ଜ୍’ରେ ଲିପି ଓ ପୁପିନ୍ଦରଙ୍କୁ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। କାହାଣୀ ଅନୁଯାୟୀ, ଲିପି ସିନେମାର ନାୟକ ଅର୍ଦ୍ଧେନ୍ଦୁଙ୍କ ଭଉଣୀ ଭୂମିକାରେ ନଜର ଆସିଥିବା ବେଳେ ଏଥିରେ ତାଙ୍କ ବିପକ୍ଷରେ ନଜର ଆସିବେ ପୁପିନ୍ଦର। ‘ଚ୍ୟାଲେଞ୍ଜ୍’ରେ ନିଜର ଭୂମିକାକୁ ନେଇ ଲିପି ବେଶ୍ ଉତ୍ସାହିତ ଥିବା ବେଳେ ପୁପିନ୍ଦର-ଲିପିଙ୍କ ଯୋଡ଼ି ପ୍ରଥମଥର ବଡ଼ ପରଦାରେ ଆସୁଛନ୍ତି। ଇତିମଧ୍ୟରେ ସାଇ ମଙ୍ଗରାଜ ନିର୍ଦ୍ଦେଶିତ ‘ଚାଲେଞ୍ଜ୍’ର ପ୍ରଥମ ପର୍ଯ୍ୟାୟ ସୁଟିଂ ରାମୋଜି ଫିଲ୍ମସିଟିରେ ଶେଷ ହୋଇଛି।
ପରଦାରେ ଜାଇଫୁଲ ଯୋଡ଼ି
ଏକଦା ମ୍ୟୁଜିକ୍ ଆଲ୍ବମ୍ ‘ଜାଇଫୁଲ’ ଜରିଆରେ ଓଡ଼ିଶାର ଘରେ ଘରେ ପରିଚିତି ହାସଲ କରିଥିବା ଅଭିନେତ୍ରୀ ଲିପି ପରବର୍ତ୍ତୀ ସମୟରେ ଆଲ୍ବମ୍ କୁଇନ୍ ଆଖ୍ୟା ପାଇଥିଲେ। ଏହି ଗୀତରେ ଲିପିଙ୍କ ନାୟକ ସାଜିଥିବା ଅଭିନେତା ପୁପିନ୍ଦରଙ୍କୁ ମଧ୍ୟ ଦର୍ଶକ ପ୍ରଶଂସା ଅଜାଡ଼ି ଦେଇଥିଲେ।
/sambad/media/media_files/2025/06/15/i0z9VmFztcICE3DLZiyc.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)