‘ବିଗ୍‌ବସ୍‌’ରୁ ବାହାରିବା ପରେ ଅନୁପଙ୍କ ପରି ଜସ୍‌ଲିନ୍‌ ବି ମିଛ କହିଲେ କି ସଂପର୍କକୁ? ଜାଣନ୍ତୁ କ’ଣ ପ୍ରକୃତ ସତ

ମୁମ୍ବାଇ: ‘ବିଗ୍‌ବସ୍‌’ ହାଉସ୍‌ରୁ ବାହାରି ଯାଇଛନ୍ତି ଜସ୍‌ଲିନ୍‌ ମାଥୁର୍‌। ଜସଲିନ୍‌ଙ୍କ ବାହାରିବା ନେଇ ଦର୍ଶକଙ୍କ ଭିତରେ ଅନେକ ଉତ୍ସୁକତା ରହିଥିଲା। ଭଜ୍ରନ ସମ୍ରାଟ ଅନୁପ ଜୋଲଟା ଓ ତାଙ୍କ ସଂପର୍କକୁ ନେଇ ଖୁବ୍‌ ଦ୍ୱନ୍ଦ୍ୱରେ ରହିଥିଲେ ଦର୍ଶକ। ଯଦିଓ ଜୋଲଟା ସାହେବ ବାହାରକୁ ବାହାରିବା ପରେ ଜସ୍‌ଲିନ୍‌ଙ୍କ ସହ ତାଙ୍କର କୌଣସି ସଂପର୍କ ନାହିଁ ବୋଲି କହିବା ସହ କେବଳ ଲୋକପ୍ରିୟତା ପାଇଁ ଏପରି ମିଛ ନାଟକ ରଚାଯାଇଥିଲା ବୋଲି କହିଥିଲେ, ତଥାପି ଜସ୍‌ଲିନଙ୍କ ମୁହଁରୁ ଏକଥା ଶୁଣିବା ପାଇଁ ଦର୍ଶକ ଚାହିଁ ବସିଥିଲେ। ସେ ସମୟ ଆସି ପହଞ୍ଚିଗଲା। ‘ବିଗ୍‌ବସ୍‌’ରୁ ବାହାରିବା ପରେ ଭଜନ ସମ୍ରାଟଙ୍କ ସହ ନିଜ ସଂପର୍କ ବିଷୟରେ ଖୁଲାସା କରିଛନ୍ତି ଜସ୍‌ଲିନ୍‌ ମାଥୁର୍‌।

ବାହାରକୁ ଆସିବା ପରେ ସେ ବି ଅନୁପଙ୍କୁ ପରି ସଂପର୍କରେ ଥିବା ପ୍ରସଂଗରୁ ଓହରି ଯାଇଛନ୍ତି। ଅନୁପଙ୍କ ସହ ତାଙ୍କର କୌଣସି ସଂପର୍କ ନାହିଁ ବୋଲି ସେ ସ୍ପଷ୍ଟ କରିି ଦେଇଛନ୍ତି। ଏ ନେଇ ସେ କହିଛନ୍ତି କି ‘ଲୋକେ ମୋତେ ଅନୁପଙ୍କ ପ୍ରେମିକା ଦୃଷ୍ଟିରେ ଦେଖିଲେ ମୋତେ ଖୁବ୍‌ ଖରାପ ଲାଗୁଛି। ତାଙ୍କ ସହ ମୋର ସେପରି କିଛି ବି ସଂପର୍କ ନାହିଁ। ‘ବିଗ୍‌ବସ୍‌’ର ବିଚିତ୍ର ଯୋଡ଼ି ପରିକଳ୍ପନା ପାଇଁ ହିଁ ଆମେ ଏପରି  ନିଷ୍ପତ୍ତି ନେଇଥିଲୁ। ମୁଁ ତାଙ୍କ ପରିଚୟରେ ପରିଚିତା ହେବାକୁ ଚାହେଁନା। ଜଣେ ବଲିଉଡ୍‌ କଣ୍ଠଶିଳ୍ପୀ ଓ ନାୟିକା ଭାବେ ଆଗକୁ ଯିବାକୁ ଇଚ୍ଛା ରଖିଛି।’

ସମ୍ବନ୍ଧିତ ଖବର