‘ମାଡ଼ଗାଓଁ ଏକ୍ସପ୍ରେସ୍‌’ରେ ‘ଯାଯାବର ୨.୦’

ଭୁବନେଶ୍ବର: ଶୁକ୍ରବାର ଦିନ ରିଲିଜ୍‌ ହେବାକୁ ଯାଉଛି ହିନ୍ଦୀ ଫିଲ୍ମ ‘ମାଡ଼ଗାଓଁ ଏକ୍ସପ୍ରେସ୍‌’। ୨ ଘଣ୍ଟା ୨୫ ମିନିଟ୍‌ର ଏହି ଫିଲ୍ମ କମେଡି ଓ ଡ୍ରାମାରେ ଭରପୂର। ୩ଜଣ ସାଙ୍ଗ ପିଲାଦିନରୁ ଗୋଆ ଯିବାକୁ ଯୋଜନା କରନ୍ତି। ହେଲେ ଘରଲୋକ ଯିବାକୁ ଦିଅନ୍ତି ନାହିଁ। କିନ୍ତୁ ୨୧ ବର୍ଷ ‌ବେଳକୁ ସେମାନେ ଘରୁ ଲୁଚି ଗୋଆ ଚାଲିଯାଆନ୍ତି। ଗୋଆରେ ନିଶା ମାଫିଆଙ୍କ କବଳରେ ପଡ଼ି ସେମାନେ କେମିତି ସମସ୍ୟାରେ ପଡ଼ନ୍ତି, ତାକୁ ନେଇ କାହାଣୀ ଗତିଶୀଳ। ବଜାରରେ ବଡ଼ ଫିଲ୍ମ ନଥିବାର ସୁଯୋଗରେ ଭୁବନେଶ୍ବରରେ ‘ମାଡ଼ଗାଓଁ ଏକ୍ସପ୍ରେସ୍‌’ର ପ୍ରାୟ ୩୨ଟି ସୋ’ ଲାଗିଛି। ଉତ୍କଳ କନିକା ଗ୍ୟାଲେରିଆରେ ସକାଳୁ ୯ଟା ୧୫ରୁ ରାତି ସାଢ଼େ ୧୦ଟା ଯାଏ ୪ଟି ସୋ’, ଏସ୍‌ପ୍ଲାନେଡ୍‌ରେ ସକାଳ ୯ଟା ୩୫ରୁ ରାତି ୯ଟା ୫୫ ପର୍ଯ୍ୟନ୍ତ ୫ଟି ସୋ’, ବିଏମ୍‌ସି ଭବାନୀ ମଲ୍‌ରେ ସକାଳ ସାଢ଼େ ୯ଟାରୁ ରାତିୁ ୧୦ଟା ୫୦ ମଧ୍ୟରେ ୪ଟି ସୋ’, ଡିଏନ୍‌ ରେଗାଲିଆରେ ସକାଳ ୯ଟା ୫ ମିନିଟ୍‌ରୁ ରାତି ସାଢ଼େ ୧୦ଟା ଯାଏ ୫ଟି ସୋ’, ସିମ୍ଫୋନି ମଲ୍‌ରେ ସକାଳ ୯ଟା ୫ରୁ ରାତି ୧୦ଟା ଯାଏ ୪ଟି ସୋ’, କେଶରୀରେ ସକାଳ ୯ଟା ୧୫ରୁ ରାତି ସାଢ଼େ ୯ଟା ଯାଏ ୩ଟି, ଜଟଣୀ ପିଜେ ଥିଏଟରରେ ଦିନ ସାଢ଼େ ୩ଟାରୁ ରାତି ସାଢ଼େ ୯ଟା ଯାଏ ୩ଟି ସୋ’, ସ୍ବାତୀ ସିନେ କମ୍ପଲେକ୍ସରେ ଅପରାହ୍ନ ୪ଟା ୩୫ରୁ ରାତି ୧୦ଟା ୧୦ ଯାଏ ୩ଟି ସୋ’ ଏବଂ ମହାରାଜାରେ ଦିନ ୧୧ଟା ୩୫ରେ ଗୋଟିଏ ସୋ’ ଲାଗିଛି। ଏହାର ଟିକେଟ୍‌ ଦର ୮୦ ଟଙ୍କାରୁ ୫ ଶହ ଟଙ୍କା ରହିଛି। କୁନାଲ କେମ୍ମୁଙ୍କ ନିର୍ଦ୍ଦେଶିତ ଏ ଫିଲ୍ମରେ ପ୍ରତୀକ ଗାନ୍ଧୀ, ଦିବ୍ୟେନ୍ଦୁ ଶର୍ମା, ଉପେନ୍ଦ୍ର ଲିମାୟେ, ଛାୟା କଦମ, ଅବିନାଶ ତିୱାରୀ ଓ ନୋରା ଫତେହି ପ୍ରମୁଖ ଅଭିନୟ କରିଛନ୍ତି।

ସେହିପରି ଆସନ୍ତାକାଲି ଓଡ଼ିଆ ଫିଲ୍ମ ‘ଯାଯାବର ୨.୦’ ମଧ୍ୟ ମୁକ୍ତିଲାଭ କରିବାକୁ ଯାଉଛି। କୌଶିକ ଦାସ ଓ ରାମ ପଟ୍ଟନାୟକଙ୍କ ପ୍ରଯୋଜିତ ରହସ୍ୟରେ ଭରପୂର ଏହି ଫିଲ୍ମକୁ ଅଭିଷେକ ଦାସ ଲେଖିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ଅଭିଷେକ ସ୍ୱାଇଁ। ପ୍ରସନ୍ନଜିତ ମହାପାତ୍ର, ଦେବେଶ ରଞ୍ଜନ, ସୋନାଲି ଶର୍ମିଷ୍ଠା, ବିଏମ୍‌ ବୈଶାଳୀ, ଚୌଧୁରୀ ବିକାଶ ଦାସ, ଶ୍ୱେତା ଆଚାର୍ଯ୍ୟ ଓ ମାନସ ରଞ୍ଜନ ମୁଦୁଲି ପ୍ରମୁଖ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଶୁକ୍ରବାର ଦିନ ୨ଟାରେ ସ୍ବାତୀ ସିନେକମ୍ପ୍ଲେକ୍ସରେ ଏହାର ପ୍ରିମିୟର୍‌ ସୋ’ ରହିଛି। ଭୁବନେଶ୍ବରର ଉତ୍କଳ କନିକା ଗ୍ୟାଲେରିଆରେ ସନ୍ଧ୍ୟା‌ ୬ଟା ୨୫, ଏସ୍‌ପ୍ଲାନେଡ୍‌ରେ ଅପରାହ୍ନ ୩ଟା ୧୫, ଡିଏନ୍‌ ରେଗାଲିଆରେ ଦିନ ୧ଟା ୧୫, ଜଟଣୀ ବୀଣା ଥିଏଟରରେ ଦିନ ୧୨ଟା ଏବଂ ସ୍ବାତୀ ସିନେ କମ୍ପ୍ଲେକ୍ସରେ ଦିନ ୨ଟା ୨୦ରେ ‘ଯାଯାବର ୨.୦’ର ଗୋଟିଏ ଲେଖାଏ ସୋ’ ଲାଗିଛି। ଟିକେଟ୍‌ ଦର ୧୧୦ରୁ ୬୦୦ ଟଙ୍କା ଭିତରେ ରହିଛି।

ସମ୍ବନ୍ଧିତ ଖବର