ଜାହ୍ନବୀ କପୁର ଅପେକ୍ଷା କରିଛନ୍ତି ରାକ୍ଷୀକୁ, ପ୍ରଥମ ଥର ପାଇଁ ଭାଇ ଅର୍ଜୁନ୍‌ କପୁରଙ୍କ ହାତରେ ବାନ୍ଧିବେ ରାକ୍ଷୀ

ମୁମ୍ବାଇ: ବଲିଉଡ୍‌ର ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀ ଓ ପ୍ରଯୋଜକ ବୋନି କପୁରଙ୍କ ବଡ଼ଝିଅ ଜାହ୍ନବୀ କପୁରଙ୍କୁ ଏଥରର ରକ୍ଷାବନ୍ଧକୁ ପ୍ରତୀକ୍ଷା କରି ରହିଛନ୍ତି। କାରଣ ଦୀର୍ଘର୍ ୨୧ ବର୍ଷର ପ୍ରତୀକ୍ଷା ପରେ ସାବତ ଭାଇ ଅର୍ଜୁନ କପୁରଙ୍କ ହାତରେ ସେ ରାକ୍ଷୀ ବାନ୍ଧିବେ। ଏଥି ପାଇଁ ସେ ବେଶ୍‌ ଉତ୍ସାହିତ ରହିଥିବା କହିଛନ୍ତି ଜାହ୍ନବୀ।

ସୂତ୍ର ଅନୁସାରେ ଏବେ ଅଭିନେତ୍ରୀ ଜାହ୍ନବୀ କପୁର୍‌ ତାଙ୍କ ଅଭିନୀତ ଅପକମିଂ ଫିଲ୍ମ‘ଧଡ଼କ୍‌’ର ପ୍ରମୋସନ୍‌ କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି। ତେବେ ଏହିି ମୌକାରେ ଏକ ଇଣ୍ଟରଭ୍ୟୁ ଜରିଆରେ ଜାହ୍ନବୀ କହିଛନ୍ତି ଯେ ଗତ କିଛି ମାସ ହେବ,ମା’ଶ୍ରୀଦେବୀଙ୍କ ମୃତ୍ୟୁ ପରେ ଭାଇ ଅର୍ଜୁନ ହିଁ ଆମକୁ ସମ୍ଭାଳିଛନ୍ତି। ଏଥିସହିତ ଭାଇ ଅର୍ଜୁନ୍‌ ସେହି କଠିନ ପରିସ୍ଥିତିରେ ସଂପୂର୍ଣ୍ଣ ପରିବାରର ସାହାରା ହେବା ସାଂଗକୁ ଆମ ସମସ୍ତଙ୍କୁ ଆଗକୁ ବଢ଼ିବାରେ ଶକ୍ତି ଦେଇଛନ୍ତି, ଯାହାକି ଆମ ଲାଗି ବହୁତ ହିଁ ବଡ଼ କଥା । ଯେଉଁ କାରଣକୁ ନେଇ ଏ ବର୍ଷର ରକ୍ଷାବନ୍ଧନକୁ ତାଙ୍କର ଚାତକ ପରି ଅପେକ୍ଷା ରହିଥିବା କହିଛନ୍ତି ଜାହ୍ନବୀ।

ସମ୍ବନ୍ଧିତ ଖବର