ସୁଟିଂ ସେଟ୍‌ରେ ପହଞ୍ଚିଲେ ଜାହ୍ନବୀ, ଦୁଃଖକୁୁ ଭିତରେ ଚାପି କରିଲେ ରୋମାଣ୍ଟିକ୍‌ ଅଭିନୟ

ମୁମ୍ବାଇ: ଦୁଇ ଦିନ ତଳେ ୨୧ ବର୍ଷ ବୟସରେ ପାଦ ଦେଇଥିବା ଜାହ୍ନବୀ କପୁର ମାଆ ଶ୍ରୀଦେବୀଙ୍କ ମୃତ୍ୟୁ ପରେ ନିଜର ଅପ୍‌କମିଂ ଫିଲ୍ମ ‘ଧଡକ’ର ସୁଟିଂ ବନ୍ଦ କରି ଦେଇଥିଲେ। ଏବେ ସେ ନିଜକୁ ସ୍ୱାଭାବିକ କରାଇ ପୁଣି ଥରେ ଜଳଚ୍ଚିତ୍ର ସୁଟିଂ ଆରମ୍ଭ କରିଛନ୍ତି ବୋଲି ଜାଣିବାକୁ ମିଳିଛି। ଜାହ୍ନବୀ ମାତ୍ର ୧୦ ଦିନ ତଳେ ନିଜ ମାଆଙ୍କୁ ହରାଇବା ପରେ ବି କାମ କରିବାର ତାଙ୍କ ସାହସ ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି।

ରିପୋର୍ଟ ମୁତାବକ, ଜାହ୍ନବୀ ଗୁରୁବାର ସକାଳୁ ‘ଧଡକ’ ସୁଟିଂ କାର୍ଯ୍ୟ ଆରମ୍ଭ କରିଛନ୍ତି। ତାଙ୍କ ସହିତ ସୁଟିଂ ସେଟ୍‌ରେ ଥିଲେ ତାଙ୍କ କୋ-ଷ୍ଟାର୍‌ ଇଶାନ ଖଟ୍ଟର। ଏହି ସୁଟିଂ ମୁମ୍ବାଇସ୍ଥିତ ବାନ୍ଦ୍ରାର ମୁଖ୍ୟରାସ୍ତାରେ ହୋଇଯାଇଛି। ଯାହା ବି ହେଉ, ନିର୍ଦ୍ଧାରିତ ତାରିଖ ପୂର୍ବରୁ ଚଳଚ୍ଚିତ୍ର ସୁଟିଂ କାର୍ଯ୍ୟ ସାରିବାକୁ ଜାହ୍ନବୀ ସୁଟିଂ ସେଟ୍‌ରେ ପହଞ୍ଚିଛନ୍ତି।

ଜାହ୍ନବୀ କୋ-ଷ୍ଟାର ଇଶାନଙ୍କ ସହ କେତୋଟି ରୋମାଣ୍ଟିକ୍‌ ଦୃଶ୍ୟରେ ଦେଖିବାକୁ ମିଳିଛନ୍ତି। ମାଆଙ୍କୁ ହରାଇବାର ଦୁଃଖ ମନରୁ ଠିକ୍‌ କରି ଯାଇ ନ ଥିବା ବେଳେ ସେ ଯେଉଁ ଭଳି ଜୀବନ୍ତ ଭାବେ ରୋମାଣ୍ଟିକ୍‌ ଦୃଶ୍ୟରେ ନଜର ଆସୁଛନ୍ତି ତାହା ବେଶ୍‌ ପ୍ରଶଂସାଯୋଗ୍ୟ। ଜାହ୍ନବୀ ସୁଟିଂରେ ଯୋଗ ଦେଇଛନ୍ତି ଏବଂ ଖୁବ୍‌ ଶୀଘ୍ର .ସେ ସୁଟିଂ ପାଇଁ କୋଲକାତା ଯିବେ ବୋଲି ଚଳଚ୍ଚିତ୍ର ନିର୍ଦ୍ଦେଶକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର