କେଉଁ ସିନେମାରୁ ଶ୍ରୀଦେବୀଙ୍କ ବଡ଼ ଝିଅ ଜାହ୍ନବୀ କପୁର୍‌ ଡେବ୍ୟୁ କରୁଛନ୍ତି

ମୁମ୍ବାଇ: ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଦେବୀ ଓ ଜଣାଶୁଣା ପ୍ରଯୋଜକ ବୋନି କପୁରଙ୍କ ବଡ଼ ଝିଅ ଜାହ୍ନବୀ କପୁର୍‌ ବଲିଉଡ଼୍‍ରେ ହିରୋଇନ୍‌ ଭାବେ କ୍ୟାରିଅର୍‌ ଆରମ୍ଭ କରିବେ ବୋଲି ତ ଖବର ଢ଼େର ଦିନରୁ ମିଳିଛି। କିନ୍ତୁ କେଉଁ ଫିଲ୍ମରୁ ସେ ଲଞ୍ଚ୍‌ କରିବେ ଓ ଏଥିରେ ତାଙ୍କ ଅପୋଜିଟ୍‌ରେ କିଏ ଅଛନ୍ତି ବା ଏହାର ନିର୍ଦ୍ଦେଶକ କିଏ?ଅବା କେବେ ତାହା ରିଲିଜ୍‌ ହେବ,ସେଥିନେଇ ସିନେପ୍ରେମୀଙ୍କ ମନରେ ରହିଛି ଏକ ଆଗ୍ରହ।

ଏସବୁର ଖୁଲାସା ହୋଇଯାଇଛି ଏବେ।ହଁ ଜାହ୍ନବୀ କପୁର୍‌ ଲୋକପ୍ରିୟ ପ୍ରଯୋଜକ କରଣ ଜୋହରଙ୍କ ପ୍ରଯୋଜିତ ଏକ ଫିଲ୍ମରୁ ଡ଼େବ୍ୟୁ କରିବେ।ଏହାର ନିର୍ଦ୍ଦେଶନା ଦେଉଛନ୍ତି ଶଶାଙ୍କ ଖୈତାନ୍‌।ପୂର୍ବରୁ ଶଶାଙ୍କ ‘ହଂପ୍‌ଟି ଶର୍ମାକି ଦୁଲ୍‌ହନିଆ’ଓ ‘ବଦ୍ରିନାଥ୍‌ କି ଦୁଲ୍‌ହନିଆ’ଟାଇଟଲ୍‌ରେ ନିର୍ମିତ ଦୁଇଟି ସୁପର୍‌ହିଟ୍‌ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।ତେବେ ଜାହ୍ନବୀଙ୍କ ଅଭିନୀତ ପ୍ରଥମ ସିନେମା ଏକ ଓରଜିନାଲ୍‌ ସିନେମା ହେବ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି। ଏହା ୨୦୧୬ରେ ରିଲିଜ୍‌ ହୋଇଥିବା ଏକ ସୁପର୍‌ହିଟ୍‌ ମରାଠୀ ସିନେମା‘ସୈରାଟ୍‌’ର ରିମେକ୍‌। ମାତ୍ର ୪ କୋଟି ଟଙ୍କା ରେ ନିର୍ମିତ ଏହି ଫିଲ୍ମ ୧୧୦କୋଟିର ଆୟ କରିଥିଲା।

 

photo-indiatoday

ଜାହ୍ନବୀ କପୁର୍‌ ଡ଼େବ୍ୟୁ ସିନେମାରେ ତାଙ୍କର ନାୟକ ହେବେ ଇଶାନ୍‌ ଖଟ୍ଟର୍‌।ଇଶାନ୍‌ ହେଉଛନ୍ତି ଅଭିନେତ୍ରୀ ନୀଳିମା ଅଜିମ୍‌ଙ୍କ ପୁଅ।ପ୍ରକାରାନ୍ତରେ କହିବାକୁ ଗଲେ ଜଣାଶୁଣା ନାୟକ ସାହିଦ୍‌ କପୁର୍‌ଙ୍କ ଭାଇ।ସର୍ବଶେଷ ସୂଚନା ଅନୁଯାୟୀ ଏହି ସିନେମାର ସୁଟିଂ ଆସନ୍ତା ମାସରୁ ଆରମ୍ଭ ହେଉଛି। ଏହି ଫିଲ୍ମକୁ ପ୍ରଯୋଜକ ଆର ବର୍ଷ ଜୁନ୍‌ ବା ଜୁଲାଇ ମାସରେ ରିଲିଜ୍‌ କରିବାକୁ ଯୋଜନା କରିଥିବା ମଧ୍ୟ ଜଣାଯାଇଛି। ଏକ ପ୍ରତିଶୋଧ ଭିତ୍ତିକ ପ୍ରେମ କାହାଣୀ ଉପରେ ଆଧାରିତ ଏହି ସିନେମା କେତେ ଦୂର ଦର୍ଶକଙ୍କୁ ଆକର୍ଷିତ କରିବ,ତାହା ଉପରେ ରହିଛି ସମସ୍ତଙ୍କ ନଜର!

 

ସମ୍ବନ୍ଧିତ ଖବର