ଶ୍ରୀଦେବୀଙ୍କୁ ନେଇ ସ୍ୱପ୍ନ ଥିଲା ଅସଫଳ, ଏବେ ତାହା ପୂରଣ କରିବେ ଝିଅ ଜାହ୍ନବୀ!

ମୁମ୍ବାଇ: ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁରଙ୍କ ଡେବ୍ୟୁ ଫିଲ୍ମ‘ଧଡ଼କ୍‌’ସୁପରହିଟ୍‌ ହୋଇଛି। ଏବେ କେବଳ ବଲିଉଡ ଜାହ୍ନବୀ କପୁରଙ୍କ ପ୍ରଶଂସାରେ ଶତମୁଖ ହୋଇନାହିଁ,ବରଂ ଦକ୍ଷିଣ ଭାରତରେ ବି ତାଙ୍କୁ ନେଇ ଚର୍ଚ୍ଚା ଚାଲିଛି। ଜାହ୍ନବୀଙ୍କ ଡେବ୍ୟୁ ଫିଲ୍ମ‘ଧଡ଼କ୍‌’ସୁପରହିଟ୍‌ ହୋଇଛି।

ଏହାଭିତରେ ଏକ ଖବର ଆସିଛି ଯେ,‘ବାହୁବଲୀ’ଫେମ୍‌ ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜାମୌଲୀଙ୍କ ଆଗାମୀ ସିନେମାରେ କାମ କରିବେ ଜାହ୍ନବୀ  କପୁର। କୁହାଯାଉଛି  ଯେ ରାଜାମୌଲୀ ଇତି ମଧ୍ୟରେ ଜାହ୍ନବୀଙ୍କୁ ତାଙ୍କର ଆଗାମୀ ଫିଲ୍ମ ‘RRR’ପାଇଁ ଅଫର୍‌ ଦେଇ ସାରିଛନ୍ତି। ଉଭୟଙ୍କ ଭିତରେ ଆଲୋଚନା ଶେଷ ପର୍ଯ୍ୟାୟରେ ।

ପ୍ର୍ରାପ୍ତ ସୂଚନା ଅନୁଯାୟୀ,ଜାହ୍ନବୀ କପୁର ସେହି ସିନେମାରେ କାମ କରିବେ ।ଏହି ତେଲୁଗୁ ଫିଲ୍ମରେ ଜୁନିଅର୍‌ ଏନ୍‌ଟିଆର୍‌ ଓ ରାମଚରଣ ତେଜାଙ୍କ ସହିତ ନଜର ଆସିବେ ଜାହ୍ନବୀ।ଏହି ସିନେମାରେ ଜୁନିଅର୍‌ ଏନ୍‌ ଟି ଆର୍‌ ଜଣେ ଗ୍ୟାଙ୍ଗଷ୍ଟର୍‌ ଓ ରାମଚରଣ ଜଣେ ପୁଲିସ ଅଧିକାରୀ ଭୂମିକାରେ ଦେଖା ଦେବେ।

ନିର୍ଦ୍ଦେଶକ ରାଜମୌଲୀ ‘ବାହୁବଲୀ-୨’ରେ ରମେୟା କରିଥିବା ଭୂମିକା ଲାଗି ଶ୍ରୀଦେବୀଙ୍କୁ ଚୁକ୍ତିବଦ୍ଧ କରିଥିଲେ। କିନ୍ତୁ ପରେ କୌଣସି କାରଣରୁ ଶ୍ରୀଦେବୀ ସେଥିରୁ ଓହରିଯାଇଥିଲେ।ଏହା ଫଳରେ ଶ୍ରୀଦେବୀଙ୍କ ସହିତ କାମ କରିବାକର ରାଜମୌଲୀଙ୍କର ସ୍ୱପ୍ନ ଅଧୁରା ରହିଗଲା। ଏବେ ଝିଅ ଜାହ୍ନବୀଙ୍କ ସହିତ କାମ କରିବାର ସୁଯୋଗ ଅପେକ୍ଷାରେ ଅଛନ୍ତି ରାଜାମୌଲୀ।

ସମ୍ବନ୍ଧିତ ଖବର