କରଣଙ୍କ ସହ କାମ କରିବା ସୌଭାଗ୍ୟର କଥା: ଜାହ୍ନବୀ

ମୁମ୍ବାଇ: ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ଡେବ୍ୟୁ ଚଳଚ୍ଚିତ୍ର ‘ଧଡକ’ ରିଲିଜ୍‌ ହୋଇ ବହୁ ଲୋକପ୍ରିୟତା ହାସଲ କରିସାରିଛି। ଏହି ଚଳଚ୍ଚିତ୍ରରେ ସେ ଅଭିନେତା ଇସାନ କଟ୍ଟରଙ୍କ ସହ ନଜର ଆସିଥିଲେ। ଚଳଚ୍ଚିତ୍ରଟିକୁ ନିର୍ଦ୍ଦେଶନା ଦେଇଥିଲେ ଶଶାଙ୍କ ଖଇତାନ। ଚଳଚ୍ଚିତ୍ରଟି ମରାଠୀ ଫିଲ୍ମ ସାଇରଟର ଡବିଂ। ଚଳଚ୍ଚିତ୍ରରେ ପାର୍ଥବୀ ଭୂମିକାରେ ନଜର ଆସିଥିବା ଜାହ୍ନବୀ ପ୍ରଥମ ଚଳଚ୍ଚିତ୍ରରୁ ହିଁ ଲୋକଙ୍କ ମନ ଜିଣି ପାରିଛନ୍ତି।

ଏବେ ଅଭିନେତ୍ରୀ ଜାହ୍ନବୀଙ୍କ ନିକଟରେ ଏକ ବଡ଼ ଚଳଚ୍ଚିତ୍ର ରହିଛି। ଚଳଚ୍ଚିତ୍ରଟି ହେଉଛି କରଣ ଜୋହରଙ୍କ ନିର୍ଦ୍ଦେଶିତ ‘ତାକତ’। ତାଙ୍କର ପ୍ରଥମ ଚଳଚ୍ଚିତ୍ର ‘ଧଡକ’ କରଣ ଜୋହାରଙ୍କ ଧର୍ମା ପ୍ରଡକ୍‌ସନରେ ମୁକ୍ତିଲାଭ କରିଥିଲା। ଏବେ ଜାହ୍ନବୀ କରଣଙ୍କ ସହ ଆଉ ଏକ ଚଳଚ୍ଚିତ୍ରରେ କାମ କରିବାର ସୁଯୋଗ ପାଇଛନ୍ତି। ଏ ସଂପର୍କରେ ଜାହ୍ନବୀ କହନ୍ତି କି କରଣଙ୍କ ସହ କାମ କରିବା ଏକ ଭାଗ୍ୟର କଥା। ସେ ଆହୁରି ବି କହିଛନ୍ତି କି ମୁଁ ନିଜକୁ ବିଶ୍ୱାସ କରାଇବା ପାଇଁ ନିଜେ ନିଜେ ହାତକୁ ଚିମୁଡ଼ି ବି ଦେଲି ଯେ ବାସ୍ତବରେ ମୁଁ ତାଙ୍କ ସହ କାମ କରିବାକୁ ଯାଉଛି।

ସମ୍ବନ୍ଧିତ ଖବର