ସମଗ୍ର ଦେଶରେ ଏବେ ଲକ୍ଡାଉନ ଲୋକଙ୍କୁ ଘରୁ ବାହାର କରାଇ ଦେଉନାହିଁ। ତେଣୁ ଅନେକ ନିଜ ପରିବାର ସହ ସମୟ ବିତାଉଛନ୍ତି। ତେବେ ନିକଟରେ ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁର ଓ ତାଙ୍କ ଭଉଣୀ ଖୁସିଙ୍କୁ ନେଇ ଏକ ଖବର ଚର୍ଚ୍ଚିତ ହେବାରେ ଲାଗିଛି। ଦୁହିଁଙ୍କ ମଧ୍ୟରୁ କିଏ ଆଗେ ବିବାହ କରିବ ତାକୁ ନେଇ ଚର୍ଚ୍ଚା ଚାଲିଛି। ଶ୍ରୀଦେବୀଙ୍କ ଦୁଇ କନ୍ୟା ମଧ୍ୟରୁ କିଏ ପ୍ରଥମେ ବାହା ହେବ ତାହା ଇନଷ୍ଟାଗ୍ରାମରେ ଭାଇରାଲ୍ ହେଉଥିବା ଏକ ଭିଡିଓରୁ ସୂଚନା ମିଳିଛି। ପ୍ରଥମ ପ୍ରଶ୍ନରେ ଜାହ୍ନବୀ ସପିଂରେ ବେଶି ଖର୍ଚ୍ଚ କରୁଥିବା କଥା ଉତ୍ତର ମିଳିଛି। ଦ୍ବିତୀୟ ପ୍ରଶ୍ନ ବିବାହ ଓ ପିଲାଙ୍କୁ ନେଇ ପ୍ରଶ୍ନ ଉଠିଥିଲା। ଯେଉଁଥିରେ ଜାହ୍ନବୀ କପୁର ଖୁସିଙ୍କ ଉପରକୁ ଅଙ୍ଗୁଳି ନିର୍ଦେଶ କରିଥିବା ବେଳେ ଖୁସି ବି ବଡ଼ ଉତ୍ସାହରେ ନିଜ ଆଡ଼କୁ ଇସାରା କରୁଥିବା ନଜର ଆସିଛନ୍ତି। ଏହା ପରେ ପଚରାଯାଇଛି ଯେ ଜାହ୍ନବୀ ଓ ଖୁସିଙ୍କ ମଧ୍ୟରେ କିଏ ବେଶି ଷ୍ଟାଇଲିସ୍। ଏହାର ଜବାବରେ ଜାହ୍ନବୀ ନିଜ ଛୋଟ ଭଉଣୀ ଖୁସିଙ୍କ ଆଡ଼କୁ ଇସାରା କରିଛନ୍ତି।
ଆଗେ ଜାହ୍ନବୀ ବାହା ହେବେ ନା ଖୁସି
/sambad/media/post_attachments/wp-content/uploads/2020/04/jhanvi_5cac4a1b00cdc.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)