ପିଲାଦିନରୁ ହଁ ଡ୍ରାମା କୁଇନ୍‌ ଜାହ୍ନବୀ, ଭାଇରାଲ୍‌ ହେଲା ଭିଡିଓ

ମୁମ୍ବାଇ: ଦିବଗଂତ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର ଏବେ ନୁହେଁ, ପିଲାଦିନରୁ ହିଁ ଜଣେ ଡ୍ରାମା କୁଇନ୍‌। ନିକଟରେ ସୋସିଆଲ୍‌ ମିଡିଆରେ ଶ୍ରୀଦେବୀଙ୍କର ପିଲାଦିନର ଏକ ଭିଡିଓ ଭାଇରାଲ୍‌ ହୋଇଛି। ଭିଡିଓରେ ସେ ନୃତ୍ୟ ପ୍ରଦର୍ଶନ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି।

ଆଜି ଆମେ ତାଙ୍କ କଥା ମନେ ପକାଇବାର କାରଣ ହେଉଛି ଆଜିର ଦିନରେ ହିଁ ଜାହ୍ନବୀ ଶ୍ରୀଦେବୀଙ୍କ କୋଳ ମଣ୍ଡନ କରିଥିଲେ। ତାଙ୍କର ୨୩ ତମ ଜନ୍ମଦିନରେ ଦର୍ଶକେ ତାଙ୍କ ପିଲାଦିନର ଭିଡିଓ ଦେଖିବା ପରେ ଖୁବ୍ ଖୁସି ଅନୁଭବ କରିଛନ୍ତି।

 

 

View this post on Instagram

 

Hbd to my only constant 💕 I hope we keep fighting about bs forever

A post shared by Janhvi Kapoor (@janhvikapoor) on

ଏବେ ସୁଦ୍ଧା ତାଙ୍କର ମାତ୍ର ଗୋଟିଏ ହିଁ ଚଳଚ୍ଚିତ୍ର ରିଲିଜ୍‌ ହୋଇଥିଲେ ବି ସେ ଦର୍ଶକମାନଙ୍କ ମନରେ ଭଲ ଭାବେ ରାଜ୍‌ କରିବା ଆରମ୍ଭ କରି ସାରିଛନ୍ତି। ଶ୍ରୀଦେବୀ ଓ ବୋନି କପୁରଙ୍କ ଝିଅ ହେବା ସହ ସେ ନିଜେ ଜଣେ ଭଲ ଅଭିନେତ୍ରୀ ଏଥିରେ ସନ୍ଦେହ ନାହିଁ। ପୂର୍ବରୁ ଚଳଚ୍ଚିତ୍ର ଦୁନିଆକୁ ଆସିବା ପୂର୍ବରୁ ଜାହ୍ନବୀ ସୋସିଆଲ୍‌ ମିଡିଆ ସେନ୍‌ସେସନ୍‌ ବନିଥିଲେ।

 

ଭାଇରାଲ୍‌ ହୋଇଥିବା ଭିିଡିଓରେ ଜାହ୍ନବୀ ‘ପିଆ ପିଆ ଓ ପିଆ ପିଆ’ ଗୀତରେ ନୃତ୍ୟ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଛନ୍ତି। କେବଳ ସେତିକି ନୁହେଁ, ତାଙ୍କ ଭଉଣୀ ଖୁସିଙ୍କ ସହ ମଧ୍ୟ ଜାହ୍ନବୀଙ୍କର ଏକ ଭିଡିଓ ଭାଇରାଲ୍‌ ହୋଇଛି।

 

ସମ୍ବନ୍ଧିତ ଖବର