ମୁମ୍ବାଇ: ପ୍ରଥମ ଫିଲ୍ମ ରିଲିଜ ନ ହେଉଣୁ ଜାହ୍ନବୀ ଏବେ ସମସ୍ତଙ୍କ ପାଇଁ ଚର୍ଚ୍ଚିତ ଚେହେରା ପାଲଟି ଯାଇଛନ୍ତି । ପ୍ରତିଦିନ କିଛି ନା କିଛି କଥାକୁ ନେଇ ସେ ଚର୍ଚ୍ଚାର ପରିସରକୁ ଆସୁଛନ୍ତି । ଖାସ୍ କରି ଶ୍ରୀଦେବୀଙ୍କ ଅକାଳ ବିୟୋଗ ପରଠାରୁ ସମସ୍ତଙ୍କର ଲକ୍ଷ୍ୟ ତାଙ୍କ ଉପରେ ରହିଛି । ନିଜ ଆଗାମୀ ଫିଲ୍ମ ‘ଧଡ଼କ’କୁ ନେଇ ସେ ଯେତିକି ଚର୍ଚ୍ଚାରେ ନାହାନ୍ତି ତା’ଠାରୁ ଅଧିକ ଚର୍ଚ୍ଚାରେ ଅଛନ୍ତି ତାଙ୍କର ବ୍ୟକ୍ତିଗତ ଜୀବନ ପାଇଁ । ପୂର୍ବରୁ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଅନେକ କଥା ନିଜ ଫ୍ୟାନ୍ମାନଙ୍କୁ ଜଣାଇଥିବା ବେଳେ ଏବେ ପୁଣି ନିଜ ବିଷୟରେ ଏକ ରାଜ୍ ସେ ସମସ୍ତଙ୍କୁ ଜଣାଇଛନ୍ତି ।
Pinkvillaବଲିଉଡ଼ ଅଭିନେତା ରାଜ୍କୁମାର ରାଓଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସେ କ’ଣ କରୁଥିଲେ ସେ ବିଷୟରେ ସେ ସମସ୍ତଙ୍କୁ ଜଣାଇଛନ୍ତି । ସେ ରାଜକୁମାରଙ୍କର ବହୁତ ବଡ଼ ପ୍ରଶଂସକ ବୋଲି କହିବା ସହ ‘ବରେଲି କି ବର୍ଫି’ ରିଲିଜ ପରେ ରାଜକୁମାର ତାଙ୍କୁ ନୋଟିସ କରନ୍ତୁ ବୋଲି ସେ ଚାହୁଁଥିଲେ । ଏଥି ପାଇଁ ସେ ପ୍ରତିଦିନ ରାଜକୁମାର ଅପ୍ଲୋଡ଼ କରୁଥିବା ଫଟୋରେ କମେଣ୍ଟ କରିବା ଆରମ୍ଭ କରିଥିଲେ । ତାଙ୍କ କହିବା ଅନୁଯାୟୀ, ରାଜକୁମାର ବଲିଉଡ଼ର ଏମିତି ଏକ କଳାକାର ଯାହାଙ୍କ ସହ ମୁଁ ଫଟୋ ଉଠାଇବାକୁ ଚାହିଁବି। ରାଜକୁମାରଙ୍କ ସହ ସେ ଧନୁଷ୍ ଏବଂ ନଓ୍ଵାଜୁଦ୍ଦିନ୍ଙ୍କୁ ମଧ୍ୟ ପସନ୍ଦ କରନ୍ତି ବୋଲି କହିଛନ୍ତିା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/241028-rajkumar-janhvie-1.jpg)