ରାଜକୁମାରଙ୍କୁ ନେଇ ବଡ଼ ଖୁଲାସା କଲେ ଜାହ୍ନବୀ: ରାଜକୁମାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ କରୁଥିଲେ ଏହି କାମ

0

ମୁମ୍ବାଇ: ପ୍ରଥମ ଫିଲ୍ମ ରିଲିଜ ନ ହେଉଣୁ ଜାହ୍ନବୀ ଏବେ ସମସ୍ତଙ୍କ ପାଇଁ ଚର୍ଚ୍ଚିତ ଚେହେରା ପାଲଟି ଯାଇଛନ୍ତି । ପ୍ରତିଦିନ କିଛି ନା କିଛି କଥାକୁ ନେଇ ସେ ଚର୍ଚ୍ଚାର ପରିସରକୁ ଆସୁଛନ୍ତି । ଖାସ୍‌ କରି ଶ୍ରୀଦେବୀଙ୍କ ଅକାଳ ବିୟୋଗ ପରଠାରୁ ସମସ୍ତଙ୍କର ଲକ୍ଷ୍ୟ ତାଙ୍କ ଉପରେ ରହିଛି । ନିଜ ଆଗାମୀ ଫିଲ୍ମ ‘ଧଡ଼କ’କୁ ନେଇ ସେ ଯେତିକି ଚର୍ଚ୍ଚାରେ ନାହାନ୍ତି ତା’ଠାରୁ ଅଧିକ ଚର୍ଚ୍ଚାରେ ଅଛନ୍ତି ତାଙ୍କର ବ୍ୟକ୍ତିଗତ ଜୀବନ ପାଇଁ । ପୂର୍ବରୁ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଅନେକ କଥା ନିଜ ଫ୍ୟାନ୍‌ମାନଙ୍କୁ ଜଣାଇଥିବା ବେଳେ ଏବେ ପୁଣି ନିଜ ବିଷୟରେ ଏକ ରାଜ୍‌ ସେ ସମସ୍ତଙ୍କୁ ଜଣାଇଛନ୍ତି ।

Pinkvilla

ବଲିଉଡ଼ ଅଭିନେତା ରାଜ୍‌କୁମାର ରାଓଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସେ କ’ଣ କରୁଥିଲେ ସେ ବିଷୟରେ ସେ ସମସ୍ତଙ୍କୁ ଜଣାଇଛନ୍ତି । ସେ ରାଜକୁମାରଙ୍କର ବହୁତ ବଡ଼ ପ୍ରଶଂସକ ବୋଲି କହିବା ସହ ‘ବରେଲି କି ବର୍‌ଫି’ ରିଲିଜ ପରେ ରାଜକୁମାର ତାଙ୍କୁ ନୋଟିସ କରନ୍ତୁ ବୋଲି ସେ ଚାହୁଁଥିଲେ । ଏଥି ପାଇଁ ସେ ପ୍ରତିଦିନ ରାଜକୁମାର ଅପ୍‌ଲୋଡ଼ କରୁଥିବା ଫଟୋରେ କମେଣ୍ଟ କରିବା ଆରମ୍ଭ କରିଥିଲେ । ତାଙ୍କ କହିବା ଅନୁଯାୟୀ, ରାଜକୁମାର ବଲିଉଡ଼ର ଏମିତି ଏକ କଳାକାର ଯାହାଙ୍କ ସହ ମୁଁ ଫଟୋ ଉଠାଇବାକୁ ଚାହିଁବି। ରାଜକୁମାରଙ୍କ ସହ ସେ ଧନୁଷ୍‌ ଏବଂ ନଓ୍ଵାଜୁଦ୍ଦିନ୍‌ଙ୍କୁ ମଧ୍ୟ ପସନ୍ଦ କରନ୍ତି ବୋଲି କହିଛନ୍ତିା

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Leave A Reply

Your email address will not be published.