ଜାଣନ୍ତୁ କେଉଁ ସ୍ଥାନରେ ଓ କେଉଁ ପୋଷାକ ପିନ୍ଧି ବିବାହ କରିବାକୁ ପସନ୍ଦ କରନ୍ତି ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର୍‌ ?

ମୁମ୍ବାଇ: ‘ଧଡକ୍‌’ ଜରିଆରେ ବଲିଉଡରେ ପାଦ ଦେଇଥିଲେ ଶ୍ରୀଦେବୀ ତନୟା ଜାହ୍ନବୀ କପୁର। ଏହି ଫିଲ୍ମ ବକ୍ସ ଅଫିସ୍‌ରେ ଭଲ ବ୍ୟବସାୟ ବି କରିଛି । ନକଟରେ ଜାହ୍ନବୀ ‘‘ବ୍ରାଇଟ ଟୁଡେ’’ ମାଗାଜିନର କଭର ଗର୍ଲ ସାଜିଛନ୍ତି। ମାଗାଜିନର ଅକ୍ଟୋବର ୨୦୧୮ ଏଡିସନ୍‌ ପାଇଁ ସୁଇଜରଲ୍ୟାଣ୍ଡରେ ଫଟୋସୁଟ୍‌ କରାଇଛନ୍ତି । ଜାହ୍ନବୀଙ୍କ ସୁବୁ ଫଟୋ ସୁଟ୍‌ ମଧ୍ୟରୁ ଏହା ଟି‌େକ ଭିନ୍ନ, କାରଣ ଏଥିରେ ସେ ଯେଉଁ ସବୁ ଡ୍ରେସ୍‌ ପିନ୍ଧିଛନ୍ତି ତାହା ସେ ମା’ ଶ୍ରୀଦେବୀଙ୍କ ଠାରୁ ଅନୁପ୍ରାଣିତ ହୋଇ ପିନ୍ଧିଛନ୍ତି । ‘ବ୍ରାଇଡ୍ ଟୁଡେ’ର ଏଡିଟର ନୁପୁର ମେହେତା ପୁରୀଙ୍କ ସହ ସାକ୍ଷ‌ାତକା‌ରରେ ୨୧ ବର୍ଷୀୟା ଜାହ୍ନବୀ କହିଛନ୍ତି ସେ କେଉଁଠାରେ ବିବାହ କରିବାକୁ ଚାହାଁନ୍ତି ।

ଜାହ୍ନବୀ ଇଟାଲୀର ମେଟ୍ରୋପଲିସ୍ ଫ୍ଲୋରେନ୍ସରେ ବିବାହ କରିବାକୁ ଚାହାନ୍ତି। ଏଥି ସହ ବିବାହ ସମୟରେ ସେ ସୁନେଲି ଜରିର କାମ ହୋଇଥିବା କାଞ୍ଜିବରମ୍‌ ଶାଢି ପିନ୍ଧିବେ ‌ବୋଲି କହିଛନ୍ତି । ଆପଣଙ୍କୁ ଜଣାଇ ଦେବାକୁ ଚାହୁଁଛୁ ଜାହ୍ନବୀ କପୁର କରଣ ଜୋହରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ତକ୍ତ’ରେ ନଜର ଆସିବେ । ଏହି ଫିଲ୍ମରେ ଜାହ୍ନବୀଙ୍କ ସହ ଆଲିଆ ଭଟ୍ଟ, ରଣବୀର ସିଂ, କରିନା କାପୁର ଖାନ୍‌, ବିକି କୋଏଲ୍‌ ଓ ଅନୀଲ କାପୁର୍‌ ମଧ୍ୟ ଅଭିନୟ କରୁଛନ୍ତି । ୨୦୨୦ ମସିହାରେ ଏହା ପରଦାକୁ ଆସିବା ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର