ମୁମ୍ବାଇ: 'ଆରଆରଆର' ଚଳଚ୍ଚିତ୍ର ସହିତ ଦେଶ ତଥା ବିଶ୍ବବାସୀଙ୍କ ମନ କିଣିଥିବା ଅଭିନେତା ଜୁନିୟର ଏନଟିଆରଙ୍କ ସହିତ ସମସ୍ତେ କାମ କରିବାକୁ ଚାହୁଁଛନ୍ତି। ଏହି ଫିଲ୍ମ ତାଙ୍କ ଚାହିଦା ବଢ଼ାଇ ଦେଇଛି। ଅନେକ ଅଭିନେତ୍ରୀ ତାଙ୍କ ସହ କାମ କରିବାକୁ ଚାହୁଁଥିବା ବେଳେ ଏବେ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁରଙ୍କୁ ଏହି ସୁଯୋଗ ମିଳିଛି। ଜାହ୍ନବୀ ଏବଂ ଜୁନିଅର ଏନଟିଆର ଫିଲ୍ମ 'ଏନଟିଆର-୩୦' ରେ ଏକାଠି କାମ କରିବେ। ଏହା ସାଉଥ ଫିଲ୍ମରେ ଅଭିନେତ୍ରୀଙ୍କ ଡେବ୍ୟୁ ହେବ। ଜାହ୍ନବୀ କପୁର ଶନିବାର ଅନୁଷ୍ଠିତ ଇଣ୍ଡିଆ ଟୁଡେ କନକ୍ଲେଭ ୨୦୨୩ରେ ଅଂଶଗ୍ରହଣ କରି ଏନଟିଆରଙ୍କ ସହ କାମ କରିବାର ସ୍ୱପ୍ନ କିପରି ପୁରଣ ହେଲା ତାହା କହିଥିଲେ।
ତାଙ୍କ କହିବା ମୁତାବକ, ମୁଁ ଏନଟିଆର ସାରଙ୍କ ସହ କାମ କରିବା ପାଇଁ ଭଗବାନଙ୍କ ଆଗରେ ପ୍ରାର୍ଥନା କରିଥିଲି। ମୁଁ ପ୍ରତ୍ୟେକ ସାକ୍ଷାତକାରରେ କହୁଥିଲି ଯେ ମୁଁ ଏନଟିଆର ସାରଙ୍କ ସହିତ କାମ କରିବାକୁ ଚାହୁଁଛି। ଏହା ହେଉଛି ପ୍ରଥମ ଚଳଚ୍ଚିତ୍ର ଯାହା ମୋତେ ଏଭଳି କରିବାରୁ ମିଳିଛି। ଭଗବାନ ମୋ କଥା ଶୁଣିଛନ୍ତି। ଫିଲ୍ମ ମିଳିବା ପରେ ଏବେ ସୁଟିଂ ଆରମ୍ଭ ହେବା ଦିନକୁ ମୁଁ ଅନାଇ ବସିଛି। ସୁଟିଂ ଶୀଘ୍ର ଆରମ୍ଭ କରିବାକୁ ମୁଁ ନିର୍ଦ୍ଦେଶକଙ୍କୁ ମେସେଜ ବି କରୁଛି। 'ଆରଆରଆର' ଚଳଚ୍ଚିତ୍ରରେ ଏନଟିଆର ସାରଙ୍କ ଚରିତ୍ର ମୋତେ ଖୁବ ପ୍ରଭାବିତ କରିଥିଲା। ଏହି ଫିଲ୍ମ ଦେଖିବା ପରେ ତାଙ୍କ ସହ କାମ କରିବାର ଇଚ୍ଛା ଆହୁରି ବଢ଼ିଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/t-110.jpg)
