ଧୋନିଙ୍କୁ ମୋ ଅଭିନୀତ ସିନେମା ଦେଖାଇବାକୁ ଇଚ୍ଛା, କିନ୍ତୁ ‌ସେ କାମରେ ବ୍ୟସ୍ତ ଥିବେ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ସିନେମା ‘ମିଷ୍ଟର ଆଣ୍ଡ ମିସେଜ ମାହି’ ଖୁବଶୀଘ୍ର ଥିଏଟର୍ସରେ ରିଲିଜ ହେବାକୁ ଯାଉଛି। ଜାହ୍ବବୀଙ୍କ ସହିତ ରାଜକୁମାର ରାୱ ବି ଏହି ସିନେମାରେ ନଜର ଆସିବେ।

ସିନେମା ‘ମିଷ୍ଟର ଆଣ୍ଡ ମିସେଜ ମାହି’ ଶୀର୍ଷକ ଦେଖି ଲୋକେ ପ୍ରଶ୍ନ କରିଛନ୍ତି କି ଏଥିରେ ‌ଧୋନିଙ୍କ ସହିତ କିଛି ସଂଯୋଗ ଅଛି କି? ଏହାର ଉତ୍ତର ଦେଇ ଜାହ୍ବବୀ କହିଛନ୍ତି, ‘ଏହି ସିନେମାର କାହାଣୀ କ୍ରିକେଟ ଖେଳ ଉପରେ ଆଧାରିତ ରହିଛି। ମୁଁ ବି ନିଜେ ‘ମିଷ୍ଟର ଆଣ୍ଡ ମିସେଜ ମାହି’ରେ କ୍ରିକେଟ ‌ଖେଳିଛି। ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି କହିଥିବା ଏକ ପଦକୁ ନେଇ ସିନେମାର କାହାଣୀ ନିର୍ମାଣ କରାଯାଇଛି।

ଏକଦା ଧୋନୀ ଏକ ସାକ୍ଷାତକାରରେ କହିଥିଲେ, ‘ଫଳାଫଳ ଉପରେ ଧ୍ୟାନ ନଦେଇ କାମ କ’ଣ କରାଯାଇ ପାରିବ ସେ ଦିଗରେ ଦୃଷ୍ଟି ଦେବା ଉଚିତ। ଯଦି କାମକୁ ଆପଣ ଠିକ ଭାବେ କରିବେ ଫଳାଫଳ ଆପଣାଛ‌ାଏଁ ସ‌ାମ୍ନାକୁ ଆସିଯିବ।’

ମୁଁ ଧୋନିଙ୍କୁ ମୋ ସିନେମା ଦେଖାଇବାକୁ ଚାହେଁ କିନ୍ତୁ ମୁଁ ଜାଣିଛି ସେ ତାଙ୍କ କାମରେ ଖୁବ ବ୍ୟସ୍ତ ଥିବେ।’

ସିନେମା ନିର୍ଦ୍ଦେଶକ ଶରଣ ଶର୍ମା କହିଛନ୍ତି, ‘ମୁଁ ଧୋନିଙ୍କ ଜଣେ ବଡ଼ ପ୍ରଶଂସକ। ‘ମିଷ୍ଟର ଆଣ୍ଡ ମିସେଜ ମାହି’ ତିଆରି କରିବା ଏହାର ବି ଗୋଟିଏ କାରଣ। ଏହି ସିନେମା ମାଇ ୩୧ ତାରିଖରେ ପ୍ରେକ୍ଷାଳୟରେ ରିଲିଜ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ବି ସରିସାରିଛି।’

 

ସମ୍ବନ୍ଧିତ ଖବର