ଜାହ୍ନବୀଙ୍କ ଖୁଲାସା : ପୁରୁଷମାନଙ୍କୁ ନେଇ ନିଜର ନିଷ୍ପତ୍ତିକୁ ଭରସା କରୁ ନ ଥିଲେ ଶ୍ରୀଦେବୀ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ନିଜ ଫିଲ୍ମକୁ ଛାଡ଼ିଦେଲେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି । ଜାହ୍ନବୀଙ୍କ ମା’ ତଥା ବଲିଉଡ୍‌ର ପ୍ରଥମ ମହିଳା ସୁପରଷ୍ଟାର ଶ୍ରୀଦେବୀ ଆଜି ଏ ଦୁନିଆରେ ନ ଥିଲେ ମଧ୍ୟ ନିଜ ପରିବାର ଲୋକଙ୍କ କଥାରେ ସେ ସବୁବେଳେ ରହିବେ । ପୂର୍ବରୁ ନିଜ ମା’ଙ୍କ ସହ ଜଡ଼ିତ ଅନେକ କଥା ଜାହ୍ନବୀ ଜଣାଇଥିବା ବେଳେ ଏବେ ସେ ଫ୍ୟାଶନ ମାଗାଜିନ୍‌ ବ୍ରାଇଡାଲ ଟୁଡେକୁ ସାକ୍ଷାତକାର ଦେଇ ଏକ ନୂଆ କଥାର ଖୁଲାସା କରିଛନ୍ତି ।

Janhvi Kapoor and Sridevi
amarujala.com

ଫ୍ୟାଶନ ମାଗାଜିନ୍‌ ବ୍ରାଇଡାଲ ଟୁଡେ ପକ୍ଷରୁ ଜାହ୍ନବୀଙ୍କୁ କେବେ ସେ ନିଜ ବିବାହ ବିଷୟରେ ଶ୍ରୀଦେବୀଙ୍କ ସହ ଆଲୋଚନା କରୁଥିଲେ କି ବୋଲି ପଚରା ଯାଇଥିଲା, ଯାହାର ଉତ୍ତର ରଖି ସେ କହିଛନ୍ତି, ହଁ, ଆମେ ଆଲୋଚନା କରୁ । କିନ୍ତୁ ମା’ ପୁରୁଷମାନଙ୍କୁ ନେଇ ନିଜର ନିଷ୍ପତ୍ତିକୁ କେବେ ଭରସା କରନ୍ତି ନାହିଁ ବୋଲି କହୁଥିଲେ । କାରଣ ସେ ଖୁବ୍‌ ଶୀଘ୍ର ପ୍ରେମରେ ପଡ଼ି ଯାଉଥିଲେ ।

ସମ୍ବନ୍ଧିତ ଖବର