୧.୨ ଲକ୍ଷ ଟଙ୍କାର ଜୋତା ପିନ୍ଧି ମଧ୍ୟ ଟ୍ରୋଲ ହେଲେ ଜାହ୍ନବୀ, ଜୋତା ପସନ୍ଦକୁ ନେଇ ଉଠିଲା ପ୍ରଶ୍ନ

ମୁମ୍ବାଇ : ଜଣେ କଳାକାର ସବୁ ବେଳେ ନିଜ ପୋଷାକ ଏବଂ ପିନ୍ଧୁଥିବା ଅନେକ ଜିନିଷକୁ ନେଇ ଟ୍ରୋଲ ହୋଇଥାଏ । ସେମାନେ ପିନ୍ଧୁ ଥିବା ଜିନିଷ ଉପରେ ସମସ୍ତଙ୍କ ନଜର ରହୁଥିବା ବେଳେ ବେଳେ ବେଳେ ସେମାନଙ୍କ ପସନ୍ଦ ଉପରେ ଦର୍ଶକମାନେ ପ୍ରଶ୍ନ ଉଠାଇଥାନ୍ତି । ଟଙ୍କା ଅଧିକ ହୋଇ ମଧ୍ୟ ଜିନିଷ ଭଲ ହୋଇ ନଥିବାରୁ ସେମାନଙ୍କୁ ଅନେକ ସମାଲୋଚନାର ସାମ୍ନା କରିବାକୁ ପଡ଼ିଥାଏ। କିଛି ସେଭଳି ଘଟିଛି ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ସହ । ଇଟାଲୀରୁ ଇଶା ଅମ୍ବାନୀଙ୍କ ନିର୍ବନ୍ଧରେ ଯୋଗ ଦେବା ପରେ ସେ ମୁମ୍ବାଇ ଫେରିଥିଲେ । ମୁମ୍ବାଇ ବିମାନବନ୍ଦରରେ ତାଙ୍କ ସହ ତାଙ୍କ ଭଉଣୀ ଖୁସି କପୁର ମଧ୍ୟ ନଜର ଆସିଥିଲେ । କିନ୍ତୁ ଫେରିବା ସମୟରେ ସେ ପିନ୍ଧିଥିବା ଜୋତାକୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।

GreenPoone

୧.୨ ଲକ୍ଷ ଟଙ୍କାର ଜୋତା ହୋଇ ମଧ୍ୟ ଦେଖିବାକୁ ଭଲ ନଥିବାରୁ ଜାହ୍ନବୀଙ୍କ ପସନ୍ଦକୁ ନେଇ ଅନେକ ପ୍ରଶ୍ନ ଉଠିଛି । କିଛି ଲୋକ ଫ୍ୟାସନ ସେନ୍ସ ନାହିଁ ବୋଲି କହିଥିବା ବେଳେ ଏତେ ଟଙ୍କା ଦେଇ ମୁଁ ଏଭଳି ଜୋତା କିଣିବି ନାହିଁ ବୋଲି କହିଛନ୍ତି । ଜାହ୍ନବୀଙ୍କ ଜୋତାକୁ ନେଇ ଅନେକ ସମାଲୋଚନା କରାଯାଇଥିବା ବେଳେ ସେ ଏ ନେଇ କୌଣସି ପ୍ରତିକ୍ରିୟା ରଖି ନଥିବା ଦେଖାଯାଇଛିି ।

ସମ୍ବନ୍ଧିତ ଖବର