ଖୁସିଙ୍କ ପୋଷାକ ପିନ୍ଧି ବାହାରକୁ ପଳାଇଥିଲେ ଜାହ୍ନବୀ, ଏପରି ପ୍ରତିକ୍ରିୟା ରଖିଲେ ଖୁସି

ମୁମ୍ବାଇ: ବଲିଉଡ୍‌ ଦୁନିଆର ଦୁଇ କୌତୁକିଆ ଭଉଣୀ ଭାବେ ଅଭିନେତ୍ରୀ ଜାହ୍ନବୀ କପୁର ଓ ସାନ ଭଉଣୀ ଖୁସି କପୁର ବେଶ୍‌ ଜଣାଶୁଣା। ସେ ଅନେକ ପାର୍ଟି ଉତ୍ସବରେ ଏକତ୍ର ନଜର ଆସିଥାନ୍ତି। ଦୁଇ ଜଣଙ୍କର ଅନ୍ଦାଜ ଓ ପୋଷାକ ପିନ୍ଧିବାର ଶୈଳୀ ବେଶ୍‌ ନିଆରା। ସେ ସବୁବେଳେ ଷ୍ଟାଇଲିସ୍‌ ଅନ୍ଦାଜରେ ସର୍ବସାଧାରଣରେ ନଜର ଆସିଥାନ୍ତି। ବୋନି କପୁରଙ୍କର ଏହି ଦୁଇ ତନୟା ଫେସନ୍‌ ଦିଗରେ କେହି କାହାକୁ କମ୍‌ ନୁହଁନ୍ତି।

ତେବେ, ମଜା କଥା ହେଉଛି ସଧାରଣ ଭଉଣୀମାନଙ୍କ ପରି ଜାହ୍ନବୀ ଓ ଖୁସିଙ୍କ ଭିତରେ ବି ପରସ୍ପରଙ୍କ ପୋଷାକ ପିନ୍ଧିବାର ସଂପର୍କ ରହିଛି। କଥା ହେଉଛି, ଅଭିନେତ୍ରୀ ଜାହ୍ନବୀ ସାନ ଭଉଣୀଙ୍କର ଏକ ପୋଷାକ ପିନ୍ଧି ବାହାରକୁ ବାହାରି ଯାଇଛନ୍ତି। ତେବେ ଏହା ପରେ ଖୁସି କପୁରଙ୍କ ପ୍ରତିକ୍ରିୟା ଦେଖିଲେ ଆପଣ ଚକିତ ହୋଇଯିବେ। ସେ ଜାହ୍ନବୀଙ୍କୁ ତାଙ୍କ ପୋଷାକ ପିନ୍ଧି ଦେଇଥିବା ହେତୁ ‘ମରିଯା, ମୁଁ ତତେ ଘୃଣା କରେ’ ବୋଲି ଲେଖିଛନ୍ତି ଖୁସି।

ଖୁସିଙ୍କର ଏପରି ପ୍ରତିକ୍ରିୟାର ଏକ ସ୍କ୍ରିନ୍‌ସଟ୍‌ ଜାହ୍ନବୀ ସୋସିଆଲ୍‌ ମିଡିଆରେ ସେୟାର୍‌ କରିବା ପରେ ଲେଖିଛନ୍ତି କି ଭଉଣୀର ପୋଷାକ ଚୋରାଇ ପିନ୍ଧିବା ପରେ ଏପରି ସହିବାକୁ ପଡ଼େ।

ସମ୍ବନ୍ଧିତ ଖବର