ସାଉଥ୍‌ ଷ୍ଟାର ବିଜୟଙ୍କ ସହ ସ୍କ୍ରିନ୍‌ ସେୟାର କରିବାକୁ ଯାଉଛନ୍ତି ଜାହ୍ନବୀ

ମୁମ୍ବାଇ : ଫିଲ୍ମ ଧଡ଼କରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ଜାହ୍ନବୀ କପୁର । ଅଭିନେତା ଇଶାନ ଖଟ୍ଟରଙ୍କ ବିପକ୍ଷରେ ନଜର ଆସିଥିଲେ ଜାହ୍ନବୀ । ଧଡ଼କ ପରେ ବିଭିନ୍ନ ଫିଲ୍ମର ଅଫର ଜାହ୍ନବୀଙ୍କୁ ମିଳିଥିବା ବେଳେ କିଛି ଫିଲ୍ମର ସୁଟିଂ ଆରମ୍ଭ ହୋଇ ସାରିଛି । ତେବେ ବର୍ତ୍ତମାନ ମିଳିଥିବା ସୁଚନା ଅନୁଯାୟୀ ଖୁବ୍‌ ଶୀଘ୍ର ଜାହ୍ନବୀ ସାଉଥ୍‌ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

Image result for janhvi-kapoor-telugu-debut-with-vijay-deverakonda
Koimoi

ଅର୍ଜୁନ ରେଡ୍ଡିର ଅଭିନେତା ବିଜୟ ଦେବରକୋଣ୍ଡାଙ୍କ ସହ ଜାହ୍ନବୀ ଡେବ୍ୟୁ କରିବେ ବୋଲି ଜଣା ପଡ଼ିଛି । ଫିଲ୍ମର ନିର୍ଦ୍ଦେଶନା ପୁରୀ ଜଗନ୍ନାଥ ଦେବେ ବୋଲି ସାମ୍ନାକୁ ଆସିଥିବା ବେଳେ ଫିଲ୍ମଟି ଖୁବ୍‌ ଶୀଘ୍ର ରିଲିଜ୍‌ ହେବ । ତେବେ ଏ ନେଇ କୌଣସି ଅଧିକାରୀକ ଘୋଷଣା କରାଯାଇ ନଥିବା ବେଳେ ଫିଲ୍ମର ଟାଇଟେଲ ମଧ୍ୟ ସାମ୍ନାକୁ ଆସି ନାହିଁ । ତେବେ କିଛି ଦିନ ତଳେ ଜାହ୍ନବୀ କଫି ଉଇଥ୍‌ କରଣ ସିଜିନ୍‌-୬କୁ ଆସି ବିଜୟଙ୍କ ସହ କାମ କରିବାର ଇଚ୍ଛା ରଖିଥିବା ନେଇ ଜଣାଇଥିଲେ ।

ସମ୍ବନ୍ଧିତ ଖବର