ନିଜ ପିନ୍ଧା ପୋଷାକକୁ ନେଇ ଟ୍ରୋଲ ହେଲେ ଜାହ୍ନବୀ, ଲୋକେ କହିଲେ-ମ୍ୟାଡ଼ାମ୍‌ ଘରେ ପ୍ୟାଣ୍ଟ ଭୁଲି ଆସିଛନ୍ତି…

ମୁମ୍ବାଇ: ଫିଲ୍ମ ଧଡ଼କ୍‌ର ରିଲିଜ୍‌ ପରେ ଜାହ୍ନବୀ କପୁରଙ୍କ ଡ଼ିମାଣ୍ଡ ଧିରେ ଧିରେ ବଢ଼ିବାରେ ଲାଗିଛି । ଧଡ଼କ୍‌ ପରେ ଜାହ୍ନବୀ ଫିଲ୍ମ ତଖ୍‌ତରେ ନଜର ଆସିବେ ବୋଲି ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହର ଘୋଷଣା କରିଥିବା ବେଳେ ଏହି ଫିଲ୍ମରେ ତାଙ୍କ ସହ ଅଭିନେତ୍ରୀ କରୀନା କପୁର, ଅଭିନେତା ରଣବୀର କପୁର ଏବଂ ଅଭିନେତା ବିକି କୌଶଲ ନଜର ଆସିବେ ବୋଲି ଜଣା ପଡ଼ିଛି ।

amarujala.com

କିନ୍ତୁ ଏବେ ସେ ସଂପୂର୍ଣ୍ଣ ଫାଙ୍କା ଥିବା ବେଳେ ନିଜର ବଡ଼ ବଡ଼ ଇଭେଣ୍ଟରେ ତାଙ୍କୁ ଦେଖିବାକୁ ମିଳୁଛି । ତେବେ ଫିଲ୍ମ ରିଲିଜ୍‌ ପରେ ତାଙ୍କୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଏବେ ସେ ନିଜ ପୋଷାକକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସୂଚନା ମୁତାବକ, ଜାହ୍ନବୀ ଏକ ଇଭେଣ୍ଟରେ ଯୋଗ ଦେବାକୁ ଯାଉଥିବା ବେଳେ ଏକ ଫିଙ୍କ୍‌ ସାର୍ଟ ଏବଂ ତଳେ ଏକ ଛୋଟ ପ୍ୟାଣ୍ଟ ପିନ୍ଧିଥିବାର ନଜର ଆସିଥିଲେ । ଏହି ଫଟୋ ଭାଇରାଲ ହେବା ପରେ ଲୋକମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ । କିଏ ବହୁତ ଖରାପ ଦିଶୁଛ । କୌଣସି ଡ଼୍ରେସିଙ୍ଗ୍‌ ସେନ୍ସ ନାହିଁ ବୋଲି କହିଥିବା ବେଳେ ଆଉ କିଏ ଏମିତି ଲାଗୁଛି ମ୍ୟାଡ଼ାମ୍‌ ପ୍ୟାଣ୍ଟ ଘରେ ଭୁଲି ଆସିଛନ୍ତି ବୋଲି କହିଥିଲେ । ଆଉ କିଏ ମ୍ୟାଡ଼ାମ୍‌ ଅନ୍‌ଲାଇନ୍‌ ସପିଂ କରିଥିଲେ । କିନ୍ତୁ ପ୍ୟାଣ୍ଟ ଡ଼େଲିଭରି ହୋଇପାରି ନାହିଁ ବୋଲି ଲେଖିଥିଲେ । ତେବେ ଏ ନେଇ ଜାହ୍ନବୀ ବା ତାଙ୍କ ଭାଇ ଅର୍ଜୁନ କପୁରଙ୍କ କୌଣସି ପ୍ରତିକ୍ରିୟା ଆସି ନଥିବା ଦେଖାଯାଇଛି ।

ସମ୍ବନ୍ଧିତ ଖବର