‘ଧଡକ’ ଟ୍ରେଲର୍‌ ରିଲିଜ୍‌ ପରେ ନିଜକୁ ସ୍ୱାଭାବିକ କଲେ ଜାହ୍ନବୀ, ଭାବପ୍ରବଣ ହୋଇ କାନ୍ଦି ପକାଇଲେ ଭଉଣୀ ଖୁସି

ମୁମ୍ବାଇ: ଶ୍ରୀଦେବୀଙ୍କ ସୁପୁତ୍ରୀ ଜାହ୍ନବୀ କପୁରଙ୍କ ବହୁ ପତିକ୍ଷୀତ ଚଳଚ୍ଚିତ୍ର ‘ଧଡକ’ର ଟ୍ରେଲର୍‌ ଇତି ମଧ୍ୟରେ ରିଲିଜ୍‌ ହୋଇଯାଇଛି। ଏଥିରେ ଜାହ୍ନବୀଙ୍କ ବିପକ୍ଷରେ ଅଭିନୟ କରିଛନ୍ତି ସାହିଦ କପୁରଙ୍କ ହାଫ୍‌ ବ୍ରଦର ଇସାନ ଖଟ୍ଟର। ଚଳଚ୍ଚିତ୍ରର ଟ୍ରେଲର୍‌ ରିଲିଜ୍‌ ହେବା ପୂର୍ବରୁ ଟିମ୍‌ ପକ୍ଷରୁ ସୁନ୍ଦର ସୁନ୍ଦର ପୋଷ୍ଟର୍‌ ପ୍ରଦର୍ଶିତ କରାଯାଇ ଦର୍ଶକଙ୍କୁ ଆକର୍ଷିତ କରାଯାଇଛି।

ଜାହ୍ନବୀଙ୍କୁ ଉତ୍ସାହିତ କରିବା ପାଇଁ ସବରବାନ ଥିଏଟର୍‌ରେ ଉପସ୍ଥିତ ରହିଥିଲେ ବାପା ବନି କପୁର୍‌, ଅନୀଲ କପୁର୍‌, ହର୍ଷବର୍ଦ୍ଧନ କପୁର୍‌, ସଞ୍ଜୟ ପକୁର୍‌, ମାହିପ କପୁର୍‌, ଏବଂ ସାନ ଭଉଣୀ ଖୁସି।

ସେଠାରେ ଗଣମାଧ୍ୟମ ପ୍ରତିନିଧୀମାନେ ଜାହ୍ନବୀଙ୍କୁ ଭେଟି ତାଙ୍କ ମାଆ ଶ୍ରୀଦେବୀଙ୍କ ସଂପର୍କରେ ପ୍ରଶ୍ନ ପଚାରିଥିଲେ। ଜାହ୍ନବୀ ଭାବପ୍ରବଣ ହୋଇ ଉତ୍ତର ଦେଇଥିଲେ ଯେ, ନିଶ୍ଚିତ ଭାବେ ମୁଁ ତାଙ୍କୁ ମନେ ପକାଉଛି।

ଯାହା ବି ହେଉ ଇଭେଣ୍ଟ୍‌ର ମଜା ନଷ୍ଟ କରିବାକୁ ଚାହୁଁନଥିଲେ ଜାହ୍ନବୀ। ସେଥିପାଇଁ ସେ ନିଜକୁ ସ୍ୱାଭାବିକ କରିବାକୁ ଚେଷ୍ଟା କରିଥିଲେ ବି ଅଣାୟତ୍ତ ହୋଇଥିଲେ ଭଉଣୀ ଖୁସି। ଜାହ୍ନବୀଙ୍କ ଟ୍ରେଲର୍‌ ଲଞ୍ଚ୍‌ ହେବା ପରେ ଖୁସି କାନ୍ଦି ପକାଇଥିଲେ।

କାରଣ ଅସ୍ପଷ୍ଟ ଥିଲେ ବି ସେ ତାଙ୍କ ମାଆ ଶ୍ରୀଦେବୀଙ୍କୁ ମନେ ପକାଇ ଭାବପ୍ରବଣ ହୋଇ ପଡ଼ିଛନ୍ତି ବୋଲି ଅନୁମାନ କରାଯାଉଛି।

ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ଫେବ୍ରୁଆରି ୨୪ ତାରିଖରେ ଦୁବାଇରେ ଥିବା ସମୟରେ ଗାଧୁଆଘରେ ଥିବା ବାଥ୍‌ ଟବ୍‌ରେ ପଡ଼ି ଯିବାରୁ ଶ୍ରୀଦେବୀଙ୍କ ପରଲୋକ ହୋଇଛି।

ସମ୍ବନ୍ଧିତ ଖବର