ଭୁବନେଶ୍ୱର: କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ସଙ୍ଗୀତ ନିର୍ଦ୍ଦେଶକ ଜାପାନୀଙ୍କ ମଧ୍ୟରେ ଦିନକୁ ଦିନ କନ୍ଦଳ ବଢ଼ୁଥିବାର ଦେଖିବାକୁ ମିଳିଛି | ଉଭୟଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଥିବାବେଳେ ଆଜି କଣ୍ଠଶିଳ୍ପୀ ହ୍ୟୁମାନ ସାଗର ସୋସିଆଲ ମିଡିଆରେ ଏକ ଭିଡିଓ ଅପଲୋଡ୍ କରି ଆସିଥିବା ଅଭିଯୋଗ ବାବଦରେ ସଫେଇ ଦେଇଛନ୍ତି | ସେ କହିଛନ୍ତି ଯେ, ମହାପ୍ରଭୁଙ୍କ ଗୀତ ଗାଇବାକୁ ମୋର ପାଳି ପଡ଼ିନାହିଁ, ମୋର ଡୋରି ଲାଗିନି। ଯେବେ ଡୋରି ଲାଗିବ, ସାରା ଓଡ଼ିଶା ଝୁମିବ।’ ସେ ଶ୍ରୀଜଗନ୍ନାଥଙ୍କ ଭଜନ ଗାଇବାକୁ ରାଜି ହେଉ ନାହାନ୍ତି ବୋଲି ଅଭିଯୋଗ କରିଥିଲେ ସଂଗୀତ ନିର୍ଦ୍ଦେଶକ ଦେବାଶିଷ ମଲ୍ଲିକ ଓରଫ୍ ଜାପାନୀ।
ଏଥିସହ ହ୍ୟୁମାନ୍ କହିଥିଲେ, ‘ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଆମେ ସମସ୍ତେ ଭଲ ପାଉ। ଯେଉଁ ବଡ଼ଭାଇମାନେ ମୋ ନାଆଁରେ ଏଫଆଇଆର୍ ଦେଇଛନ୍ତି। ଭଗବାନ ସେମାନଙ୍କୁ ସଦବୁଦ୍ଧି ଦିଅନ୍ତୁ। ଦୟାକରି ମୋ ନାରେ ଏମିତି ମିଥ୍ୟା ଅପପ୍ରଚାର କରନ୍ତୁ ନାହିଁ। ଆମ ଦେଶ ସର୍ବଧର୍ମ ସମନ୍ବୟର ଦେଶ।’ ତେବେ ହ୍ୟୁମାନଙ୍କ ଏହି ଭିଡିଓ ବାର୍ତ୍ତା ପରେ ଏହାକୁ ନେଇ ଜାପାନୀ କହିଛନ୍ତି ଯେ ଏବେ ସେ ଦୟା ଦେଖାଉଛନ୍ତି |
୧୦ ବର୍ଷ ହେଲା ଜଗନ୍ନାଥଙ୍କ ଡୋରି ଲାଗୁନଥିଲା କି ବୋଲି ସେ ପ୍ରଶ୍ନ କରିଛନ୍ତି ଜାପାନୀ | ଏହା ସହ ଭଗବାନ ହ୍ୟୁମାନଙ୍କୁ ସଦବୁଦ୍ଧି ଦିଅନ୍ତୁ ଓ କାଳିଆଙ୍କ ଭଜନ ଗାଇଲେ ଭଲ ମଣିଷ ହେବେ, ସଦବୁଦ୍ଧି ପାଇବେ ବୋଲି ଜାପାନୀ କହିଛନ୍ତି | ୫ ବର୍ଷ ଧରି ହ୍ୟୁମାନଙ୍କୁ ଭଜନ ଗାଇବାକୁ କହିଥିଲେ ବି ସେ ଗାଇ ନଥିଲେ। ଥରେ ଏପରି ଏକ ଘଟଣାରେ ହ୍ୟୁମାନ୍ ମୋତେ ଅପମାନିତ କରିଛନ୍ତି ଅଭିଯୋଗ କରିଛନ୍ତି ଜାପାନୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/09dd5fbb-e494-4b10-b8a0-4879e20775b2.jpg)